ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ପିଠାପଣା ମହକରେ ମହକୁଛି ଘରଦ୍ବାର । ତେବେ ସକାଳ 10ଟା 05ରୁ 10.20ମିନିଟ୍ ମଧ୍ୟରେ ମା ସମଲେଶ୍ବରଙ୍କ ନିକଟରେ ଲାଗିହେବ ନବାନ୍ନ ।
ଏହାପରେ ମା'ଙ୍କ ନିକଟରେ ଲାଗି ହୋଇଥିବା ଭୋଗକୁ ଖାଇ ଲୋକେ ପାଳିବେ ନୂଆଖାଇ । ଏହିଦିନ ଘରେ ଘରେ ତିଆରି ହୁଏ ପିଠାପଣା । ଏହାପରେ ସହପରିବାର ଏକାଠି ବସି ନବାହ୍ନ ଗ୍ରହଣ କରିଲା ପରେ ହେବ ଜୁଆର ଭେଟ୍ । ଘରର ସାନ ସଦସ୍ୟ ମାନେ ବଡ ମାନଙ୍କ ଆର୍ଶୀବାଦ ନେବେ । ଏହାକୁ ଜୁଆର ଭେଟ୍ କୁହାଯାଏ । ଅନ୍ୟପଟେ ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ