ETV Bharat / state

କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର - ବିଜେପି କୃଷକ ମୋର୍ଚ୍ଚା

ସମ୍ବଲପୁରରେ ଚାଷୀ ସମସ୍ୟା ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର

author img

By

Published : Jun 18, 2021, 7:23 PM IST

ସମ୍ବଲପୁର: କୃଷକଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଫସଲ ହାନୀର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର

ମୁଖ୍ୟତଃ ଲ୍ୟାପ୍ସ ହୋଇଥିବା ଟୋକାନଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରେଇବା, ଟୋକାନ ଅବଧି ବୃଦ୍ଧି କରେଇବା ତଥା ବାତ୍ୟା ୟସ୍ ଜନିତ ବର୍ଷା ଯୋଗୁଁ ହୋଇଥିବା ଫସଲହାନୀର କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର କ୍ଷତିପୂରଣର ବ୍ୟବସ୍ଥା କରାଇବା ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି(ଶୁକ୍ରବାର) ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ବରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ଚନ୍ଦ୍ର ଶେଖର ପଣ୍ଡାଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.