ETV Bharat / state

ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗା ପ୍ରସଙ୍ଗ: ସମ୍ବଲପୁରରେ ବିଜେପି ବିରୁଦ୍ଧରେ ବିଜେଡିର ପ୍ରତିବାଦ - Sambalpur BJD protest on misbehaviour to speaker

ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରେ ବିଜେପିର 2 ବିଧାୟକଙ୍କ ଅପମାନସୂଚକ ଆଚରଣକୁ ନେଇ ପ୍ରତିବାଦ। ସମ୍ବଲପୁରରେ ବିଜେଡି ପକ୍ଷରୁ ବିଜୋପିର ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ବିଜେଡ଼ି କର୍ମୀମାନେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିବା ସହ ବିଜେପି କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ବିଧାନସଭା
ବିଧାନସଭା
author img

By ETV Bharat Odisha Team

Published : Oct 1, 2023, 7:52 AM IST

ବିଧାନସଭା

ସମ୍ବଲପୁର: ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରେ ବିଜେପିର 2 ବିଧାୟକଙ୍କ ଅପମାନସୂଚକ ଆଚରଣକୁ ନେଇ ପ୍ରତିବାଦ। ସମ୍ବଲପୁରରେ ବିଜେଡି ପକ୍ଷରୁ ବିଜୋପିର ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ବିଜେଡ଼ି କର୍ମୀମାନେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିବା ସହ ବିଜେପି କ୍ଷମା ମାଗିବା ପାଇଁ ଦାବି କରିଛନ୍ତି ।

ତେବେ ବିଧାନସଭାରେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ବିଧାୟକମାନେ ଯେଉଁଭଳି ଅଶୋଭନୀୟ ଆଚରଣ କରିଛନ୍ତି ତାହା ନାରୀ ଜାତି ପ୍ରତି ଅପମାନ ବୋଲି କହି ଆଜି ସନ୍ଧ୍ୟାରେ ସମ୍ବଲପୁର ଜେଲ ଛକ ଠାରେ ପୂର୍ବତନ ସମ୍ବଲପୁର ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହଶହ ବିଜେଡି କର୍ମୀ ଏକାଠି ହୋଇଥିଲେ । ତେବେ କର୍ମୀମାନେ ପ୍ରବଳ ବର୍ଷା ସତ୍ତ୍ୱେ ଛତା ଧରି କ୍ୟାଣ୍ଡେଲ ଜାଳି ଏହି ଘଟଣାର ପ୍ରତିବାଦ କରିଛନ୍ତି । ଏହାସହ ଏହିଭଳି ଆଚରଣ ପାଇଁ 2 ବିଜେପି ବିଧାୟକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ମହାପ୍ରଭୁଙ୍କ ଆଶିଷ ଲାଭ କଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ତେବେ ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି "ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ଜଣେ ମହିଳାଙ୍କ ପ୍ରତି ଏଭଳି ଭାଷା ଓ ବ୍ୟବହାରର ପ୍ରୟୋଗ ନିହାତି ହୀନ ମାନସିକତା ଥିବା ଲୋକ ହିଁ କରିପାରେ । ଏହା କୌଣସି ଭଦ୍ର ସମାଜରେ ସଂସ୍କାରି ବ୍ୟକ୍ତି ଏମିତି ଆଚରଣ କରି ପାରେନା । ମାଆମାନଙ୍କୁ ଭାଇମାନଙ୍କୁ ଏଭଳି ବ୍ୟବହାର ଅତ୍ୟନ୍ତ ହୀନ ବ୍ୟବହାର । ଏଥିପାଇଁ ଭାରତୀୟ ଜନତା ପାର୍ଟି କ୍ଷମା ନମାଗିବା ପର୍ଯ୍ୟନ୍ତ ଏଭଳି ଆନ୍ଦେଳନ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ..ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡିଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ସେପଟେ ବିଜେଡି ନେତା ଆର୍ତ୍ତତ୍ରାଣ ମିଶ୍ର କହିଛନ୍ତି,"ନାରୀମାନଙ୍କ ପ୍ରତି ହେଉଥିବା ଦୃବ୍ୟବହାରକୁ ଆମେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରୁଛୁ । ଭାରତୀୟ ଜନତା ପାର୍ଟି କ୍ଷମତା ପାଇବା ପରେ ଅନ୍ଧ ହେଇଯାଇଛି । ତାଙ୍କ ସଦସ୍ୟଙ୍କୁ ବିଧାନସଭାର ଗାରିମା ଓ ବାଚସ୍ପତିଙ୍କ ଗାରିମା ବିଷୟରେ ଜଣା ନାହିଁ । ସେମାନେ ଯେଉଁ ଅନ୍ଧାରରେ ଅଛନ୍ତି ତେଣୁ ଆମେ କ୍ୟାଣ୍ଡେଲ ସେମାନଙ୍କୁ ଜାଳି ଜ୍ଞାନର ଗରିମା ବିଷୟରେ ଜଣାଉଛୁ ।" ତେବେ ବିଜେପି ବିଧାୟକମାନେ ଏଥିପାଇଁ କ୍ଷମା ନମାଗିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଜିଲ୍ଲା ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ଇଟିଭି ଭାରତ, ସମ୍ବଲପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.