ETV Bharat / state

High Court Bench Demand: ଆନ୍ଦୋଳନ ବନ୍ଦ ହୋଇଛି ଦାବି ନୁହେଁ କହିଲେ ଓକିଲ ସଂଘର ପୂର୍ବତନ ସଭାପତି - ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବି

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

High Court Bench Demand Sambalpur BAR Association to continue to urge
High Court Bench Demand: ଆନ୍ଦୋଳନ ବନ୍ଦ ହୋଇଛି ଦାବି ନୁହେଁ କହିଲେ ଓକିଲ ସଂଘର ପୂର୍ବତନ ସଭାପତି
author img

By

Published : Dec 14, 2022, 5:07 PM IST

High Court Bench Demand: ଆନ୍ଦୋଳନ ବନ୍ଦ ହୋଇଛି ଦାବି ନୁହେଁ କହିଲେ ଓକିଲ ସଂଘର ପୂର୍ବତନ ସଭାପତି

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହାପରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସ୍ବପ୍ନ ଧୂଳିସାତ୍‌ ହୋଇଛି । ତେବେ ସୁପ୍ରିମକୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସମ୍ବଲପୁର ଓକିଲ ସଂଘର ପୂର୍ବତନ ସଭପତି ଡକ୍ଟର ପ୍ରମୋଦ କୁମାର ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ବେଞ୍ଚ ସ୍ଥାପନା ଆନ୍ଦୋଳନ କେବଳ ଓକିଲଙ୍କ ଆନ୍ଦୋଳନ ନଥିଲା । ଏହି ଆନ୍ଦୋଳନ ଜନସାଧାରଣଙ୍କର ଥିଲା । କାରଣ ସାଧାରଣ ଗରିବ ଖଟିଖିଆ ଲୋକ 400ରୁ 500 କିମି ଯାଇ ହାଇକୋର୍ଟରେ ନ୍ୟାୟ ପାଇଁ ଲଢ଼ିବା କଷ୍ଟକର ଥିଲା । ତେଣୁ ଏହି ଆନ୍ଦୋଳନ ଜାରି ରହିଥିଲା । ତେବେ ଯାହା ହେଉନା କାହିଁକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦିଆଯିବ ।"

ମୁଖ୍ୟତଃ ସୁପ୍ରିମକୋର୍ଟରେ ରାଜ୍ୟର ଭୌଗଳିକ ସ୍ଥିତି ଓ ଟେକ୍ନୋଲୋଜିର ବ୍ୟବସ୍ଥା ନେଇ ସମ୍ପୂର୍ଣ୍ଣ ଓ ନିର୍ଭୁଲ ତଥ୍ୟ ରଖାଯାଇନଥିବା ଅଭିଯୋଗ କରିଛି ଜିଲ୍ଲା ଓକିଲ ସଙ୍ଘ । ତେବେ ଆନ୍ଦୋଳନ ସାମୟିକ ଭାବେ ବନ୍ଦ ହୋଇଥିଲେ ସୁଦ୍ଧା ଦାବି ଜାରି ରହିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ।

ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ଧାରଣାରେ ବସିଥିଲେ । ତେବେ ଧାରଣାରୁ ନିବୃତ୍ତ ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ଅବମାନନା କରି ଓକିଲ ସଂଘର ଧାରଣା ଜାରି ରହିଥିଲା । ତେବେ ଗତ ଡିସେମ୍ବର ୧୨ ତାରିଖରେ ଏହା ସବୁ ସୀମା ଟପି ଯାଇଥିଲା । ଜିଲ୍ଲା ଜଜ୍‌ଙ୍କ କୋର୍ଟଙ୍କ ପରେ ପଶି ଆନ୍ଦୋଳନରତ ଓକିଲମାନେ ଭଙ୍ଗାରୁଜା ଆରମ୍ଭ କରିଥିଲ । ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.