ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ସମୟରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସଂନ୍ଧ୍ୟା 6ରୁ ସକାଳ 5 ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ପଦକ୍ଷେପ ନେଇଛି।
ଏପଟେ ବଦଳିଛି ସମ୍ବଲପୁର ମା' ସମଲେଶ୍ବରୀ ମନ୍ଦିରର ଦର୍ଶନ ସମୟ। ପୂର୍ବରୁ ସକାଳ 6 ଟାରୁ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଏହା ଅପରିବର୍ତ୍ତିତ ରହିଛି। ତେବେ ଅପରାହ୍ନର ସମୟ ପରିବର୍ତ୍ତନ ହୋଇଛି।
ପୂର୍ବରୁ ଅପରାହ୍ନ 3 ରୁ ସନ୍ଧ୍ୟା ସାଢ଼େ 7 ଟା ପର୍ଯ୍ୟନ୍ତ ଦର୍ଶନ ସମୟ ଥିବା ବେଳେ ବର୍ତ୍ତମାନ ଅପରାହ୍ନ 3 ରୁ ସାଢ଼େ 5ଟା ପର୍ଯ୍ୟନ୍ତ ମା ସମଲେଶ୍ବରୀଙ୍କ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଆଗକୁ ମନ୍ଦିର ଦର୍ଶନର ସମୟରେ ଆହୁରି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ