ETV Bharat / state

ସମଲେଇ ଯୋଜନାକୁ ବିରୋଧ, ବିସ୍ଥାପିତଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 14, 2022, 12:44 PM IST

ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୁନୁଘୁଟିପଡାର କେତେକ ଘର ଉଚ୍ଛେଦ କରାଯାଉଥିବା ବେଳେ ସ୍ଥାନୀୟ ବିସ୍ଥାପିତ ପରିବାର ସବୁ ଏହାକୁ ବିରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବୁଝାସୁଝା କଲା ପରେ ମଧ୍ୟ ଲୋକେ ବୁଝିନଥିଲେ ଓ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଧିକ ପଢନ୍ତୁ

Etv Bharatସମଲେଇ ଯୋଜନାରେ ବିସ୍ଥାପିତ ହେଉଥିବା ପରିବାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ‘ସମଲେଇ ଯୋଜନା’ ଜାରି ରଖିଛନ୍ତି । ଏହି ଯୋଜନାର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ ଶାସନ ସଚିବ ତଥା 5T ସଚିବ ମଝି ମଝିରେ ସମ୍ବଲପୁର ଆସି ଏହି ପ୍ରକଳ୍ପର ଅବଲୋକନ କରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରି ଯାଉଛନ୍ତି । ଯୋଜନାରେ ବିସ୍ଥାପିତ ପରିବାର ଗୁଡିକୁ ଉଚିତ କ୍ଷତିପୂରଣ ତଥା ଥଇଥାନର ସବୁ ବ୍ୟବସ୍ଥା କରାଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇସାରିଛି । ତେବେ ସମଲେଶ୍ୱରୀ ମନ୍ଦିର ନିକଟରେ ଥିବା ଘୁନଘୁଟି ପଡାର ଅଧିକାଂଶ ପରିବାର ଏହି ବିସ୍ଥାପନକୁ ବିରୋଧ କରି ଆସୁଛନ୍ତି ।

ସମଲେଇ ଯୋଜନାରେ ବିସ୍ଥାପିତ ହେଉଥିବା ପରିବାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୁନୁଘୁଟିପଡାର କେତେକ ଘର ଉଚ୍ଛେଦ କରାଯାଉଥିବା ବେଳେ ସ୍ଥାନୀୟ ବିସ୍ଥାପିତ ପରିବାର ସବୁ ଏହାକୁ ବିରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବୁଝାସୁଝା କଲା ପରେ ମଧ୍ୟ ଲୋକେ ବୁଝିନଥିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସମଲେଇ ଯୋଜନାର ବିସ୍ଥାପିତ ହେଉଥିବା କେତେକ ପରିବାରକୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ବୁଝେଇବାରେ ବିଫଳ ହୋଇଛି । ଗୋଟିଏ ପଟେ ସମଲେଇ ଯୋଜନା ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଅନ୍ୟପଟେ କେବଳ ଘୁନଘୁଟିପଡାରେ ବିସ୍ଥାପନକୁ ନେଇ ବିବାଦ ଦେଖାଯାଇଛି । ଏଠାରେ ଶହ ଶହ ବର୍ଷ ଧରି ରହି ଆସୁଥିବା ଦଳିତ ଶ୍ରେଣୀର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଅନ୍ୟାୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏଠାରୁ ବିସ୍ଥାପିତ ହେଉଥିବା 80ରୁ ଊର୍ଦ୍ଧ୍ବ ପରିବାରକୁ ଉଚିତ୍‌ କ୍ଷତିପୂରଣ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଘୁନଘୁଟିପଡା ବାସୀ । ମଙ୍ଗଳବାର ଏହି ପ୍ରସଙ୍ଗ ନେଇ ସ୍ଥାନୀୟ ଲୋକେ ଭୀମ ଆର୍ମିର ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧୀ ନାରା ଦେଇଥିଲେ ।

ଜିଲ୍ଲା ପ୍ରଶାସନ ପୋଲିସ ଦ୍ୱାରା ବଳପୂର୍ବକ ଲୋକଙ୍କୁ ବିସ୍ଥାପିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ଲୋକେ । ବିକ୍ଷୋଭ ପ୍ରଦର୍ଶନ କରିବା ସହ କେତେକ ମହିଳା ବଳପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଲିସର ସୁରକ୍ଷା ବକୟକୁ ଭାଙ୍ଗି ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ସହ ସ୍ଥାନୀୟ ମହିଳାଙ୍କ ଧସ୍ତା ଧସ୍ତି ହୋଇଥିଲା । ବହୁ କଷ୍ଟରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଧସ୍ତାଧସ୍ତି ପରେ 2 ଜଣ ମହିଳା ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରେଇଥିଲା । କେତେକ ବିସ୍ଥାପିତ ମହିଳା ପୋଲିସ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେ । ଦିନ 11 ଟାରୁ ଅପରାହ୍ନ ସାଢେ 3 ଟା ଯାଏଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହି ବିସ୍ଥାପିତ ପରିବାର ।

ଅନ୍ୟପଟେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି ଯେ, ଆଇନଗତ ହିସାବରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି । ଉଚ୍ଛେଦ କରାଯିବା ପୂର୍ବରୁ ନୋଟିସ ଦିଆଯାଇଛି । ବିସ୍ଥାପିତ ପରିବାର ଗୁଡିକୁ ଦୁର୍ଗାପାଲି କୁସୁମପଡାରେ ଥଇଥାନର ବ୍ୟବସ୍ଥା କରାଯାଇଛି । ଆଇନ ହିସାବରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଦିଆଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.