ETV Bharat / state

ଆଇଟି ରେଡ: ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଓ ବଲାଙ୍ଗୀରରେ ଆୟକର ବିଭାଗର ରେଡ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ଉପରେ ଟ୍ବିଟ କରି କଡା ସନ୍ଦେଶ ଦେଇଥିଲେ l ଆଜି ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଆଇଟି ରେଡ: ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Dec 9, 2023, 6:04 PM IST

Updated : Dec 9, 2023, 8:44 PM IST

ଆଇଟି ରେଡ: ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ବର୍ତ୍ତମାନ ରାଜ୍ୟରେ ବଳଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀର ମଦ ବ୍ୟବସାୟ ଉପରେ ସମ୍ବଲପୁର ଓ ବଲାଙ୍ଗୀରରେ ଆୟକର ବିଭାଗର ରେଡ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ଉପରେ ଟ୍ବିଟ କରି କଡା ସନ୍ଦେଶ ଦେଇଥିଲେ l ଆଜି ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ମାଲଗୁଣ୍ଡ ଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ଧର୍ମେନ୍ଦ୍ର କଡା ସମାଲୋଚନା କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ‘‘ଆୟକର ବିଭାଗର ଚଢାଉ ପରେ ଏତେ ପରିମାଣର ଟଙ୍କା ଜବତ ହେବା ରାଜ୍ୟରେ ଆଗରୁ କେବେ ହୋଇ ନଥିଲା l ଗଣମାଧ୍ୟମର ଆକଳନ ହିସାବରେ ଏହି ଟଙ୍କାର ପରିମାଣ 500 କୋଟି ପର୍ଯ୍ୟନ୍ତ ଯାଇପାରେ l ଏହି ଟଙ୍କା କାହାର? ଟଙ୍କା କେମିତି ଉପାର୍ଜନ ହେଲା? ରାଜ୍ୟ ଅବକାରୀ ବିଭାଗର ଏହା ସହ ସମ୍ପର୍କ ଅଛି ନା ନାହିଁ ସେନେଇ ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର l ଏହି ବ୍ୟବସାୟରେ ଯେଉଁ ବ୍ୟକ୍ତିଙ୍କ ନା ଆସୁଛି ସେହି ବ୍ୟକ୍ତିଙ୍କ ଦଳ ଜାତୀୟ ସ୍ତରରେ ସ୍ବଛତାର କୁମ୍ଭୀର କାନ୍ଦଣା କାନ୍ଦୁଛି l ଏନେଇ ସେହି ବ୍ୟକ୍ତି ଜଣଙ୍କ କୌଣସି ଉତ୍ତର ଦେଇ ପାରୁ ନାହାଁନ୍ତି l ଅନ୍ୟପଟେ ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାରୀ ମାନଙ୍କୁ କେବେ ହେଲେ ଛଡା ଯିବନି ଓ ଗରିବଙ୍କ ପଇସା ଗରିବ ଙ୍କୁ ଫେରାଯିବ ବୋଲି କହି ସାରିଛନ୍ତି l ସବୁ କିଛି କଡାଗଣ୍ଡାରେ ହିସାବ କରାଯିବ l ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ l ତେଣୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର l ଏହି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି l ଅନୁସନ୍ଧାନ ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ l’’

ଅଧିକ ପଢନ୍ତୁ- ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି

ସେହିପରି ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟର ମହିଳା ମାନଙ୍କ ମଧ୍ୟରେ ଦେଶୀ ମଦ ବିରୋଧରେ ଜନ ଆକ୍ରୋଶ ଥିବା ବେଳେ ଜଣେ ମଦ ବ୍ୟବସାୟୀଙ୍କ ପାଖରେ ଏତେ ପରିମାଣର ଟଙ୍କା ଜବତ ହେବା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି l

ସୂଚନାଯୋଗ୍ୟ ଯେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ ଘଟଣା । ଜବତ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗର ଗଣତି ଜାରି ରହିଛି । ଯେତେ ଗଣିଲେ ବି ଟଙ୍କା ସରୁ ନାହିଁ । ଟଙ୍କା ଗଣି ଗଣି ମଣିଷ ଓ ମେସିନ ହାଲିଆ । ତିନି ଦିନର ଚଢାଉ ହୋଇ ଜବତ ହୋଇଥିବା ଟଙ୍କା ବ୍ୟାଗରୁ 46 କୋଟି ଟଙ୍କା ଗଣତି ହୋଇଛି । ମୋଟ 176ଟି ଟଙ୍କା ଭର୍ତ୍ତି ବ୍ୟାଗ ମଧ୍ୟରୁ 40ଟିର ଗଣତି ହୋଇଛି ଓ 136ଟି ବ୍ୟାଗ ବାକି ରହିଛି । ବଲାଙ୍ଗୀର ଏସବିଆଇ ଜିଲ୍ଲା ମୁଖ୍ୟାଳୟରେ ଚାଲିଛି ଟଙ୍କା ଗଣତି । ରାଜ୍ୟରେ ଚତୁର୍ଥ ଦିନରେ ପହଞ୍ଚିଛି ଆଇଟି ରେଡ ।

ଆଜି ବଲାଙ୍ଗୀର ଓ ଟିଟିଲାଗଡ ସମେତ ଏକାଧିକ ସ୍ଥାନରେ ଚଢାଉ ଜାରି ରଖିଛି ଆୟକର ବିଭାଗ । ରେଡ ସମୟରେ ମଦ ବ୍ୟବସାୟୀଙ୍କ ଘରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଓଡ଼ିଶାର ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ଖୋର୍ଦ୍ଧା ଭଳି ସ୍ଥାନରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ସ୍ଥାନରେ ରେଡ଼ ଜାରି ରହିଛି । ସେପଟେ ଆଇଟି ବିଭାଗର 20 ଜଣ ଅଧିକାରୀ ହାଇଦ୍ରାବାଦରୁ ଆସି ଆଜି ରେଡରେ ସାମିଲ ହୋଇଛନ୍ତି । ଜିଲ୍ଲାରେ ଏବେ ଶହେରୁ ଉର୍ଦ୍ଧ୍ବ ଆଇଟି ଅଧିକାରୀ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରଖିଛନ୍ତି । ବଲାଙ୍ଗୀର ଏସବିଆଇ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଆଇଟି ଆଧିକାରୀ ମାନେ ମଦ ବ୍ୟବସାୟୀଙ୍କ ଉପସ୍ଥିତିରେ ନୋଟ ଗଣତି କରୁଥିବାର ଜଣାପଡ଼ିଛି ।

ଏପଟେ ବଳଦେବ ସାହୁ ସନ୍ସ କମ୍ପାନୀର ଦେଶୀ ମଦ ଭାଟି ମ୍ୟନେଜର ଙ୍କ ଘରେ ଆୟ କର ଚଢ଼ାଉ ହୋଇଥିବା ବେଳେ ଜବତ ହୋଇଥିବା ସବୁ ଟଙ୍କା କୁ ସମ୍ବଲପୁର SBI ମୁଖ୍ୟ ଶାଖାକୁ ଅଣାଯାଇ ଗଣତି କରାଯାଉଥିଲା l ଆଜି ସନ୍ଧ୍ୟା ରେ ଗଣତି ଶେଷ ହୋଇଥିବା ବେଳେ ଏହାର ପରିମାଣ ପ୍ରାୟ 37 କୋଟି 50 ଲକ୍ଷ ବୋଲି ବିଶ୍ଵସ୍ଥ ସୂତ୍ରରୁ ଜଣା ପଡିଛି l ଏହାକୁ ଗଣିବା ପାଇଁ 9 ଜଣ ଷ୍ଟାପ ନିୟୋଜିତ ହୋଇଥିବା ବେଳେ 6 ଟି ମେସିନ ବ୍ୟବହାର ହୋଇଥିଲା l ସୂଚନା ଯୋଗ୍ୟ ଯେ ବୁଧବାର ସକାଳୁ ଆୟ କର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିଲା l

ଆସନ୍ତା ସୋମବାର ଦିନ ଆୟାକର ବିଭାଗ ଅନୁସାରେ ଏହା ଆକାଉଣ୍ଟ ରେ ଡିପୋଜିଟ କରାଯିବ ବୋଲି ସୂଚନା ମିଳିଛି l

ଇଟିଭି ଭାରତ, ସମ୍ବଲପୁର

Last Updated : Dec 9, 2023, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.