ETV Bharat / state

ପ୍ରଶସ୍ତ ହେବ ସମ୍ବଲପୁର ସହରର ସମସ୍ତ ରାସ୍ତା, ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ - ସମ୍ବଲପୁର ସହରରେ ଦୂର ହେବ ଟ୍ରାଫିକ ସମସ୍ୟା

ସମ୍ବଲପୁର ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସମସ୍ତ ରାସ୍ତାର ହେବ ପ୍ରଶସ୍ତିକରଣ। ଅଧିକ ପଢନ୍ତୁ

all roads of sambalpur city will be expansion

author img

By

Published : Mar 30, 2023, 3:59 PM IST

ପ୍ରଶସ୍ତ ହେବ ସମ୍ବଲପୁର ସହରର ସମସ୍ତ ରାସ୍ତା

ସମ୍ବଲପୁର: ସହରରେ ଥିବା ସମସ୍ତ ରାସ୍ତାର ହେବ ନବକଳେବର । ଜନସଂଖ୍ୟା ବଢିବା ସହ ଯାନବାହନ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ସମସ୍ତ ରାସ୍ତା ଗୁଡିକକୁ ନୂଆ ରୂପ ଦିଆଯିବା ସହ କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ ସମସ୍ୟା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି 14 ଟି ରାସ୍ତାର ଉନ୍ନତିକରଣ କରାଯିବ । ଆଗାମୀ 2 ବର୍ଷ ଭିତରେ ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ରାସ୍ତା ଗୁଡିକର ପ୍ରଶସ୍ତିକରଣ ତଥା ଉନ୍ନତିକରଣ କରିବାକୁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟାଭିଡିଛି ।

ପ୍ରଥମେ ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ରାସ୍ତାକୁ ମେଡିଆନ ସହ ଫୋର ଲେନ ବିଶିଷ୍ଟ କରାଯିବ । ଏଥିପାଇଁ ରାସ୍ତା କଡରେ ଥିବା ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି ରାସ୍ତା କଡ଼ରେ ଥିବା ଗଛ ମଧ୍ୟ କଟା ସରିଛି । ସମ୍ବଲପୁର ସଦର ତହସିଲଦାରଙ୍କ ଉପସ୍ଥିତି ଉଚ୍ଛେଦ କରାଯାଉଛି । କୌଣସି ବ୍ୟକ୍ତି ଅଭିଯୋଗ କଲେ ମାପଚୁପ କରି ଉଚ୍ଛେଦ କରାଯାଉଥିବା ଏନଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି । ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ନୋଟିସ ଦିଆଯିବା ସହ ସଚେତନତା ମଧ୍ୟ କରାଯାଇଛି ।

ଧନୁପାଲିରୁ ଜେଲ୍‌ ଛକ ପର୍ଯ୍ୟନ୍ତ ଏହି ରାସ୍ତା ମେଡିଆନ ସହ ଫୋର ଲେନ ବିଶିଷ୍ଟ ହେବାକୁ ଥିବା ବେଳେ ଏହାକୁ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି । "ନିର୍ମାଣ କନଷ୍ଟ୍ରକ୍ସନ" ସଂସ୍ଥାକୁ ଏହାର କାର୍ଯ୍ୟଭାର ଦିଆଯାଇଛି । ଏହାର ବ୍ୟୟ ଅଟକଳ 920.38 ଲକ୍ଷ ରହିଛି । ଆସନ୍ତା ନଭେମ୍ବର 2023 ମଧ୍ୟରେ ଏହାର କାର୍ଯ୍ୟ ସମ୍ପନ୍ନ କରାଯିବାର ସମୟ ସୀମା ନିର୍ଦ୍ଧାରିତ ହୋଇଛି । ଏହି ରାସ୍ତା ପ୍ରଶସ୍ତିକରଣ ହେଲେ ସହରର ଟ୍ରାଫିକ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ ବୋଲି କୁହାଯାଉଛି । ଅନ୍ୟପଟେ ଆଗକୁ ଭୁତାପଡାରୁ ଧନକଉଡା ରାସ୍ତା ର ମଧ୍ୟ ପ୍ରଶସ୍ତିକରଣ ହେବ । ଏହାର ବ୍ୟୟ ଅଟକଳ 411.39 ଲକ୍ଷ ରହିଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଠିକ ସେହିପରି ଆଗକୁ ଅଇଁଠାପାଲି ଛକରୁ ଫାଟକ ରାସ୍ତାର ଉନ୍ନତିକରଣ, କେନ୍ଦ୍ରୀୟ ବିଦ୍ୟାଳୟର ରାସ୍ତାର ପ୍ରଶସ୍ତିକରଣ, ସାଖିପଡାରୁ ସରଳା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସହ ସହରର ପ୍ରାୟ 14ଟି ରୋଡ୍‌ର ଉନ୍ନତିକରଣ କରାଯିବ ବୋଲି କହିଛନ୍ତି ସମ୍ବଲପୁର ମହାନଗର ନିଗମର କମିଶନର । ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବାକୁ ଥିବା ବେଳେ ମହାନଗର ନିଗମ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କମିଶନର ।

ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ କହିଛନ୍ତି ଯେ,''ଆଗାମୀ 2ରୁ 3 ବର୍ଷ ମଧ୍ୟରେ ସମ୍ବଲପୁର ସହରର 14ଟି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ କରାଯିବ । ଏହି କ୍ରମରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ତ୍ତମାନ ସହରର ମୁଖ୍ୟ ରାସ୍ତା କଡରେ ଥିବା ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଏହି କ୍ରମରେ ବର୍ତ୍ତମାନ ସମ୍ବଲପୁର ସହରର ପ୍ରବେଶ ଦ୍ୱାର କୁହାଯାଉଥିବା ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.