ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ 3 ବାଇକ ଆରୋହୀ ମୃତ, ଜଣେ ଗୁରୁତର । ଗତକାଲି(ମଙ୍ଗଳପୁର) ରାତି ପ୍ରାୟ ଗୋଟାଏରେ ଘଟିଛି ଏହି ଦୁର୍ଘଟଣା।
![ବରେଇପାଲି ଛକରେ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ 3 ବାଇକ ଆରୋହୀ ମୃତ](https://etvbharatimages.akamaized.net/etvbharat/prod-images/10848722_accident.jpg)
ସୂଚନାମୁତାବକ, ଗତକାଲି ରାତିରେ ୨ଟି ବାଇକରେ ୪ ଜଣ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସମସ୍ତ ମୃତକ ହୀରାକୁଦ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ତଦନ୍ତ ଜାରି ରଖିଛି ସମ୍ବଲପୁର ପୋଲିସ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ