ETV Bharat / state

ମାଙ୍କଡ଼ଙ୍କ ପାଇଁ ଦେବଦୂତ ସାଜିଲେ ଗ୍ରାମବାସୀ - ହୁମାର ପ୍ରସିଦ୍ଧ ବକ୍ର ମନ୍ଦିର

ହନୁ ମାଙ୍କଡ଼ଙ୍କ ପାଇଁ ଗ୍ରାମବାସୀ ବାନ୍ଧିଲେ ସେତୁବନ୍ଧ । ବନ୍ୟା ଜଳରେ ଫସି ରହିଥିଲେ 30ରୁ ଉର୍ଦ୍ଧ୍ବ ମାଙ୍କଡ଼ । ଗଭୀର ଜଳରେ ଡ଼ଙ୍ଗାର ସେତୁବନ୍ଧ କରି ମାଙ୍କଡ଼ଙ୍କ ପାଇଁ ଦେବଦୂତ ସାଜିଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର
author img

By

Published : Aug 3, 2019, 4:20 AM IST

ସମ୍ବଲପୁର: ପ୍ରଭୁ ଶ୍ରୀରାମଙ୍କ ଲଙ୍କାକୁ ସେତୁ ବନ୍ଧ ବାନ୍ଧିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ହନୁ ମାଙ୍କଡ଼ । ଦୁର୍ଦ୍ଦସାରେ ଫସି ରହିଥିବା ସୀତା ମାତାଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ କରିଥିଲେ ଅଭିଯାନ । କିନ୍ତୁ ଏଠାରେ ଚିତ୍ର ଟିକେ ଅଲଗା । ଶ୍ରୀରାମଙ୍କ ସୁରକ୍ଷା କବଚ ସାଜିଥିବା ହନୁ ନିଜେ ଫସିଯାଇଛନ୍ତି ଉଛୁଳା ନଦୀ ଭିତରେ । ଦ୍ବୀପ ସଦୃଶ ନଦୀ ମଝିରେ 30ରୁ ଉର୍ଦ୍ଧ୍ବ ମାଙ୍କଡ଼ ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ବେଳେ ଡ଼ଙ୍ଗାର ସେତୁବନ୍ଧ ନିର୍ମାଣ କରି ଏମାନଙ୍କୁ ଉଦ୍ଧାର କରିଛନ୍ତି ହୁମା ଗ୍ରାମବାସୀ ।

ହୁମାର ପ୍ରସିଦ୍ଧ ବକ୍ର ମନ୍ଦିର ନିକଟରେ ଥିବା ମହାନଦୀ ଗର୍ଭରେ ରହିଛି ଏକ କାଳୀ ମନ୍ଦିର। ଏହା ଏକ ଦ୍ବୀପ ସଦୃଶ। ଗତ କିଛି ଦିନତଳେ ପାଖା ପାଖି 30 ଟି ମାଙ୍କଡ ସେଠାକୁ ଯାଇଥିଲେ। କିନ୍ତୁ ଲଗାଣ ବର୍ଷା ଲାଗି ରହିବାରୁ ଚତୁର୍ପାଶ୍ବ ହୋଇଯାଇଥିଲା ଜଳମଗ୍ନ । ଫଳରେ ମଝି ନଦୀରେ ଫସି ରହିଥିଲେ ଏହି ମାଙ୍କଡ଼ ଦଳ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

ସେମାନେ ଅସହାୟ ଅବସ୍ଥାରେ ଜଳବନ୍ଦୀ ଭାବରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ କରିଦେଇଥିଲେ ପ୍ରୟାସ । ଦୁଇଟି ଡଙ୍ଗାକୁ ପ୍ରଖର ନଦୀ ଜଳ ମଧ୍ୟରେ ସେତୁ ଭଳି ରଖି ଫସି ରହିଥିବା ମାଙ୍କଡ଼ ମାନଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀଙ୍କ ଏପରି ସାହାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

Intro:30 ରୁ ଉର୍ଦ୍ଧ ମାଙ୍କଡ଼ କୁ ବନ୍ୟା ଜଳରୁ ଉଦ୍ଧାର କଲେ ଗ୍ରାମବାସୀ। ହଠାତ ବନ୍ୟା ଜଳ ଆସିବାରୁ ନଦୀ ଗର୍ଭରେ ଏକ ଦ୍ବୀପ ସଦୃଶ ସ୍ଥାନରେ ଥିବା ପଥରରେ ଜଳ ବନ୍ଦୀ ଅବସ୍ଥାରେ ଫସି ରହିଥିଲେ ଏହି ମାଙ୍କଡ଼ ମାନେ।ଏଭଳି ଅବସ୍ଥାରର ଗ୍ରାମବାସୀ ଡ଼ଙ୍ଗା ଗୁଡିକରେ ଏକ ପୋଲ ତିଆରି କରି ମାଙ୍କଡ଼ ଗୁଡିକୁ ଉଦ୍ଧାର କରି ପ୍ରଶଂସିତ ହୋଇଛନ୍ତି ସମ୍ବଲପୁର ହୁମା ଗ୍ରାମବାସୀ।Body:ରାମାୟଣରେ ବର୍ଣ୍ଣିତ ଅଛି କିପରି ତ୍ରେତୟା ଯୁଗରେ ବାନର ମାନେ ଲଙ୍କାକୁ ସେତୁ ବାନ୍ଧିବାରେ ଭଗବାନ ଶ୍ରୀରାମଙ୍କୁ ସାହାଯ୍ୟ କରିଥିଲେ।କିନ୍ତୁ ଏହି ଯୁଗରେ ଟିକେ ଅଲଗା ହୋଇଛି।ପାଖା ପାଖି 30 ଟି ବାନର ବା ମାଙ୍କଡ଼ ନିଜେ ଜଳବନ୍ଦୀ ହୋଇ ରହିଥିଲେ।ଆଉ ଏମାନଙ୍କୁ ଗ୍ରାମବାସୀ ଡଙ୍ଗାରେ ସେତୁ ତିଆରି କରି ଉଦ୍ଧାର କରିଛନ୍ତି। ସମ୍ବଲପୁର ର ହୁମାର ପ୍ରସିଦ୍ଧ ବକ୍ର ମନ୍ଦିର ନିକଟରେ ଥିବା ମହାନଦୀ ଗର୍ଭ ରେ ରହିଛି ଏକ କାଳୀ ମନ୍ଦିର। ଏହା ଏକ ଦ୍ବୀପ ସଦୃଶ।ବର୍ଷା ଦିନେ ଚାରିଆଡେ ପାଣି।କିନ୍ତୁ ଗତ କିଛି ଦିନତଳେ ପାଖା ପାଖି 30 ଟି ମାଙ୍କଡ ସେଠାକୁ ଯାଇଥିଲେ।ତେବେ ହଠାତ ବର୍ଷା ହେବାରୁ ବନ୍ୟା ଜଳ ଯୋଗୁ ଚାରିଆଡେ ପାଣି ବଢିଯାଇଥିଲା ଓ ସେମାନେ ଅସହାୟ ଅବସ୍ଥାରେ ଜଳ ବନ୍ଦୀ ହୋଇ ଥିଲେ।ଏହାକୁ ଦେଖି ଗ୍ରାମବାସୀ ଡଙ୍ଗା ଗୁଡିକୁ ଯୋଡି ଏକ ଆସ୍ଥାୟୀ ପୋଲ ତିଆରି କରି ସମସ୍ତ ମାଙ୍କଡ଼ ଙ୍କୁ ଉଦ୍ଧାର କରିଛନ୍ତି।Conclusion:ସମ୍ବଲପୁର ମାନେଶ୍ଵର ବ୍ଲକ ହୁମା ଗ୍ରାମବାସୀ ଏହି କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.