ETV Bharat / state

ସମଲେଇ ଯୋଜନାର ବିସ୍ଥାପିତଙ୍କ ଅନଶନ ବେଳେ ଅଘଟଣ, ୬ମହିଳା ଗୁରୁତର

author img

By

Published : Jan 12, 2023, 11:01 PM IST

ସମଲେଇ ଯୋଜନାର ବିସ୍ଥାପିତଙ୍କ ଆମରଣ ଅନଶନ ବେଳେ ଅଘଟଣ । ଅନଶନରେ ବସିଥିବା ପ୍ରାୟ ୬ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ସମଲେଇ ଯୋଜନାର ବିସ୍ଥାପିତଙ୍କ ଅନଶନ ବେଳେ ଅଘଟଣ

ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠର ଉନ୍ନତିକରଣ ପାଇଁ ସମଲେଇ ଯୋଜନାର କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପରେ ବିସ୍ଥାପିତ ହେଉଥିବା ଘୁନଘୁଟିପଡାର ୮୦ଟି ପରିବାରଙ୍କୁ ବିସ୍ଥାପିତ କରାଯାଉଛି । ଏହି ବିସ୍ଥାପିତମାନେ ଘରଡିହ ଜମି ଦାବି କରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରୁଥିବା ବେଳେ ଘଟିଛି ଅଘଟଣ । ଅନଶନ କୁରଥିବା ୬ ଜଣ ମହିଳା ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅସୁସ୍ଥ ମହିଳାମାନେ ହେଲେ ତୁଳସୀ ସୁନା, କବିତା କାନ୍ଧେର, ପୁର୍ଣିମା ତାଣ୍ଡି, ସଂଗୀତା ନାଗ, କଳ୍ପନା ଲୁହା, ରାଣୀ ସାହୁ l ତେବେ କେତେକ ମହିଳା ଆନ୍ଦୋଳନକାରୀଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଟୋ ଯୋଗେ ନିଆଯାଉଥିବା ବେଳେ ଅନ୍ୟ କେତେକ ମହିଳାଙ୍କୁ ପୋଲିସ ହସ୍ପିଟାଲକୁ ନେଇଥିଲା । ତେବେ ମହିଳାଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି । ଏବେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସୂଚନା ଥାଉ କି ସମଲେଇ ଯୋଜନା ପାଇଁ ଘୁନଘୁଟିପଡ଼ାର ୮୦ଟି ପରିବାର ବିସ୍ଥାପିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ୮୦ଟି ପରିବାରକୁ ସଠିକ ଭାବରେ ଥଇଥାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହା ବି ପଢନ୍ତୁ- ଲକ୍ଷ୍ୟ ଋଣମୁକ୍ତ ଚାଷୀ, ବିଷମୁକ୍ତ ଶସ୍ୟ; 16ଟି ଗାଁ ଚାଷୀ କଲେ ଦେଶୀ ବିହନ ବ୍ୟାଙ୍କ, ଜୀଉଁଛନ୍ତି ନିରୋଗ ଜୀବନ

ଏଭଳି ଅଭିଯୋଗ ନେଇ ସ୍ଥାନୀୟ ପଡାବାସୀ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ପାଖାପାଖି ୭୦ଜଣ ପଡାବାସୀ ଛୋଟ ଛୋଟ ପିଲାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି । ବର୍ତ୍ତମାନ ସମ୍ବଲପୁରରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୬ ଜଣ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି ।

ଗତ ଡିସେମ୍ବର ମାସରେ ସମଲେଇ ଯୋଜନା ନେଇ ଜିଲ୍ଲା ପ୍ରଶାସନ ଜନ ଶୁଣାଣି କରିଥିଲେ । ଏହି ବୈଠକରେ ବିସ୍ଥାପିତଙ୍କ ସସମ୍ୟାର ସମାଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ଉଦ୍ୟମ କରିଥିଲା । ଏଥିଲାଗି ଏକ ସ୍ବତନ୍ତ୍ର ଏଜେନ୍ସିକୁ ନିୟୋଜିତ କରାଯାଇଥିଲା । ସମଲେଇ ଯୋଜନାରେ ୩୦ ଡିସିମିଲ ପ୍ରାଇଭେଟ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜମି ଅଧିଗ୍ରହଣରେ ପ୍ରଭାବିତ ହେଉଥିବା ପରିବାରମାନଙ୍କ ସମସ୍ୟା ସମାଧାନ ଲାଗି ପ୍ରଚେଷ୍ଟା କରାଯାଉଛି । ଏପଟେ ଥଇଥାନ ଦାବି କରି ବିସ୍ଥାପିତମାନେ ଅନଶନରେ ବସିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.