ETV Bharat / state

Manoj Mishra Ban Controversy: ମନୋଜଙ୍କ ସପକ୍ଷରେ ବାହାରିଲେ ରେଙ୍ଗାଲି ବିଧାୟକ

author img

By ETV Bharat Odisha Team

Published : Oct 29, 2023, 5:33 PM IST

Updated : Oct 29, 2023, 7:03 PM IST

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଘଟଣା । ଅଭିନେତାଙ୍କ ସପକ୍ଷରେ ବାହାରିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ । ଅଧିକ ପଢନ୍ତୁ

Rengali MLA Nauri Nayak
Rengali MLA Nauri Nayak
Manoj Mishra Ban Controversy: ମନୋଜଙ୍କ ସପକ୍ଷରେ ବାହାରିଲେ ରେଙ୍ଗାଲି ବିଧାୟକ

ସମ୍ବଲପୁର: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ଯାଏଁ ବାସନ୍ଦ କରାଯାଇଛି । ସେ ସମ୍ବଲପୁର ସମେତ ପଶ୍ଚିମ ଓଡି଼ଶାରେ ସୁପରଷ୍ଟାର ଅରିନ୍ଦମ ରଏ ଓ ଅନୁଭବ ମହାନ୍ତିଙ୍କ ଅଭିନୀତ 'ରାମ୍‌' ଚଳଚ୍ଚିତ୍ର ହଲ୍‌ରେ ଚଲାଇ ନଦେବା ଅଭିଯୋଗ ହୋଇଥିଲା । ଏହାପରେ ଓଲିଉଡ଼ ପ୍ରଯୋଜକ ଆସୋସିଏସନ ତାଙ୍କୁ ବ୍ୟାନ୍‌ କରିଥିଲେ । ଏହି ଫିଲ୍ମ ବାଦବିବାଦରେ ଏବେ ରାଜନୀତି ପ୍ରବେଶ କରିଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପରେ ଏବେ ମନୋଜଙ୍କ ସପକ୍ଷରେ ବାହାରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ଏହି କଟକଣା ମନୋଜଙ୍କ ଉପରୁ ଶୀଘ୍ର ହଟାଯାଉ ବୋଲି ସେ ଦାବି କରିଛନ୍ତି ।

ଏହ ବି ପଢନ୍ତୁ- ମନୋଜ ମିଶ୍ର ବାସନ୍ଦ ଘଟଣା, ନରସିଂହ ମିଶ୍ର ଭାଇ କଳିରେ ଘିଅ ଢାଳନ୍ତୁନି କହିଲେ କୁନା ତ୍ରିପାଠୀ

ଏନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି, "ଓଲିଉଡରୁ ମନୋଜ ମିଶ୍ରଙ୍କୁ ୨ ବର୍ଷ ବାସନ୍ଦ କରିବା ଘଟଣା ସ୍ପଷ୍ଟ କରିଛି ଯେ ପଶ୍ଚିମ ଓଡ଼ିଶାକୁ ନେଇ କିଭଳି ମନୋଭାବ ରହିଛି । ମନୋଜ ମିଶ୍ରଙ୍କ ଫିଲ୍ମ 'ମାଇଣ୍ଡଗେମ' ଜାତୀୟ ସ୍ତରରେ ଖ୍ୟାତି ହାସଲ କରିବାରୁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଥାଇ ପରେ ବୋଲି ସନ୍ଦେହ ହେଉଛି । ମନୋଜଙ୍କୁ ବାସନ୍ଦ କରିବା ଘଟଣାକୁ ମୁଁ ତୀବ୍ର ବିରୋଧ କରୁଛି । ଏହା ସହ କଟକଣା ଶୀଘ୍ର ହଟାଯାଉ । ଓଡ଼ିଆ ଚଳଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ମଧ୍ୟ ପଶ୍ଚିମ ଓଡିଶାର ହୋଇଥିବା ବେଳେ ସେ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଛି ।"

ଏହା ବି ପଢନ୍ତୁ- Ban on Actor Manoj Mishra: ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ନେତା, ମନୋଜଙ୍କ ସପକ୍ଷରେ ବାହାରିଲେ ନରସିଂହ

ସେ ଆହୁରି କହିଛନ୍ତି, "ଯଦି ପଶ୍ଚିମ ଓଡିଶା ପ୍ରତି ଦରଦ ଅଛି ତାହେଲେ ବାସନ୍ଦ ଉଠାଯାଉ । ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ଅବହେଳା କରୁଥିଲେ ଆଉ ଏବେ କଳା କ୍ଷେତ୍ରରେ ମଧ୍ୟ ଅବହେଳା କରୁଛନ୍ତି । ଏହା ସହ ମନୋଜ ମିଶ୍ରଙ୍କ ଜୀବନ ପ୍ରତି ବିପଦ ଅଛି ତେଣୁ ଏଥିରେ ଗୃହ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ତଦନ୍ତ କରି ତାଙ୍କୁ ସୁରକ୍ଷା ଦିଅନ୍ତୁ ।" ସୂଚନା ଥାଉ କି ଗତ ଶୁକ୍ରବାର ବଲାଙ୍ଗୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ମନୋଜଙ୍କ ସପକ୍ଷରେ ବାହାରିଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଯଦି ମନୋଜଙ୍କୁ ବ୍ୟାନ କରାଯାଏ ତେବେ ଓଡ଼ିଶା ଦୁଇ ଭାଗ ହେବ ବୋଲି ସେ କହିଥିଲେ । ପୂର୍ବରୁ ମଧ୍ୟ ପଶ୍ଚିମ ଓଡ଼ିଶାର କଳାକାରଙ୍କୁ ଏପରି ଅବହେଳା କରାଯାଇଥିବା ସେ କହିଥିଲେ ।

ଏହା ବି ପଢନ୍ତୁ- Manoj Mishra Ban Issue: ବର୍ଷିଲେ ଅଭିନେତା ମନୋଜ, କହିଲେ ମୋତେ ବ୍ୟାନ କରିବାକୁ ଟୁଟୁ କିଏ ?

ନରସିଂହଙ୍କ ଏଭଳି ବୟାନ ପରେ ତାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ସମେତ ଅଭିନେତା କୁନା ତ୍ରିପାଠୀ ବିରୋଧ କରିଥିଲେ । ଘର କଳିରେ ନରସିଂହ ବାବୁ ପସନ୍ତୁ ନାହିଁ ବୋଲି ସେମାନେ କହିଥିଲେ । ଏପଟେ ମନୋଜଙ୍କ ସପକ୍ଷରେ ବାହାରିଛି କୋଶଳ ସେନା । କୋଶଳ ସେନା ପକ୍ଷରୁ ଅଭିନେତା ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 29, 2023, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.