ETV Bharat / state

ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ, ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରର କଦର୍ଥ ପରିବେଷଣ

author img

By ETV Bharat Odisha Team

Published : Dec 23, 2023, 7:47 AM IST

Religious controversy: ବାର୍ଷିକ ଉତ୍ସବ ନାଟକରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ । ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରକୁ କଦର୍ଥ କରି ପରିବେଷଣ । ଆଗକୁ ପଢ଼ନ୍ତୁ,

ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ
ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ

ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ

ସମ୍ବଲପୁର: ସ୍କୁଲ ବାର୍ଷିକ ଉତ୍ସବ ନାଟକରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ । ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରକୁ କଦର୍ଥ କରି ପରିବେଷଣ । ଏହାକୁ ନେଇ ଥାନାରେ ଏତଲା ଦିଆଯାଇଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସମ୍ବଲପୁରର ରେମେଡ଼ ଛକ ସ୍ଥିତ ଏକ ଘରୋଇ ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ପରିବେଷିତ ହୋଇଥିଲା । ଯେଉଁଥିରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ଭଳି ଦୃଶ୍ୟ ପରିବେଷଣ ହୋଇଥିବା ଅଭିଯୋଗ ହୋଇଛି l ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରକୁ କଦର୍ଥ କରି ପରିବେଷଣ କରାଯାଇଥିଲା । ସେହି ନାଟକରେ ଆଧ୍ୟତ୍ମିକ ତଥା ପୌରାଣିକ ନାଟକକୁ ହାସ୍ୟତ୍ମକ ଢଙ୍ଗରେ ପ୍ରଦର୍ଶନ କରାଯାଇଥିଲା । ତା ସହ ରାମ ଓ ସୀତୀଙ୍କ ଚରିତ୍ରକୁ ବ୍ୟାଙ୍ଗତ୍ମକ ରୂପରେ ଚିତ୍ରଣ କରାଯାଇ ଥିଲା । ଏଥିରେ ମାତା ସୀତାଙ୍କୁ କଦର୍ଥ କରି ସଂଳାପ କୁହାଯାଇଥିଲା l ଯାହା ହିନ୍ଦୁ ଧର୍ମର ଅପମାନ କରିବା ସହିତ ପିଲାଙ୍କ ମନରେ ଆମ ଭଗବାନଙ୍କ ପ୍ରତି ଏକ ପ୍ରକାରର ଅସମ୍ମାନ ଭାବ ସୃଷ୍ଟି କରିବ । ଏହି ନାଟକର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା l

ଏହା ମଧ୍ୟ ପଢ଼ନ୍ତୁ.... ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ନିନ୍ଦା କରିଥିଲେ । ଏନେଇ ସମ୍ବଲପୁର ବରେଇପାଲି ଥାନାରେ ଏତଲା ମଧ୍ୟ ଦିଆଯାଇଛି l ଗତକାଲି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ମାନେ ବାରେଇପାଲି ଥାନାରେ ଏତଲା ଦେବା ସମୟରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା l ଉଭୟ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଏହି ସ୍କୁଲର ବାର୍ଷିକ ଉତ୍ସବରେ ପରିବେଷଣ ହୋଇଥିବା ନାଟକରେ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରକୁ ହାସ୍ୟତ୍ମକ କରି ତାଙ୍କର ଅପମାନ କରିଥିବା କିହାଯାଇଛି । ଏହିଭଳି ପରିସ୍ଥିତିରେ ସାମ୍ପ୍ରଦାୟିକ ସଦଭାବ ବିଗିଡିବା ବୋଲି ସଦସ୍ୟ ମାନେ କହିଥିଲେ l ହିନ୍ଦୁ ସମ୍ପ୍ରଦାୟର ଲୋକେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରକୁ ନିଜର ଆଦର୍ଶ ଭାବେ ମାନନ୍ତି । ଏହିଭଳି କଦର୍ଥ ନାଟକ ପରିବେଶଣ ଦ୍ୱାରା ସାରା ସହରରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.