ସମ୍ବଲପୁର: ଆଧୁନିକ ଯୁଗରେ ବି ବଞ୍ଚି ରହିଛି କୁସଂସ୍କାର । ସମ୍ବଲପୁର ଜିଲ୍ଲା ବନ୍ଦନାପାଲି ଗାଁରେ ବର୍ତ୍ତମାନ ଏହିଭଳି ଏକ ଘଟଣା ନଜରକୁ ଆସିଛି । ଏହି ଗାଁର ନୀଳାରାମ ଭୋଇ ଗତ 10 ବର୍ଷ ହେଲା କୁଷ୍ଠ ରୋଗରେ ପୀଡିତ ରହି ମୃତ୍ୟୁବରଣ କରିଥିଲେ । ଏହାପରେ ତାଙ୍କ ପରିବାରବର୍ଗ ମଧ୍ୟ ସମାଜରୁ ବାସନ୍ଦ ହେବା ଭୟରେ ନୀଳାରାମଙ୍କ ମୃତଦେହକୁ ଛୁଇଁ ନଥିଲେ ।
ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ସମ୍ବଳ " ସଦସ୍ୟମାନେ ଏହି ସୂଚନା ପାଇବା ପରେ ଗାଁକୁ ଯାଇ ମୃତଦେହ ଉଦ୍ଧାର କରିଥିଲେ । ସମ୍ମାନର ସହ ସହରର ସ୍ବର୍ଗଦ୍ବାର ଶ୍ମଶାନକୁ ଆଣି ଏହାର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି । ନୀଳାରାମ କୁଷ୍ଠ ରୋଗୀ ହେଇଥିବାରୁ ତାଙ୍କର ମୄତ୍ୟୁ ପରେ ତାଙ୍କର ଶେଷକୄତ୍ୟରେ କରିବା ତ ଦୂରର କଥା ତାଙ୍କ ମୄତଦେହ ନିକଟକୁ ବି କେହି ଆସିନଥିଲେ ।
ଏଭଳି ପରିସ୍ଥିତିରେ ନୀଲାରାମଙ୍କ ସମ୍ପର୍କୀୟ ଅନ୍ୟ କୌଣସି ଉପାୟ ନପାଇ ସମ୍ବଲପୁରର "ସମ୍ବଳ" ଅନୁଷ୍ଠାନକୁ ଜଣାଇଥିଲେ । ଏହି ଅନୁଷ୍ଠାନ ଅଜଣା ତଥା ଅସହାୟ ମୃତଦେହର ସାଥି ଭାବରେ ଜଣାଶୁଣା । ପରିଚୟ ନଥିବା ମୃତଦେହ ସତ୍କାର କରି ଆସୁଛି ଏହି ଅନୁଷ୍ଠାନ । ପରେ ସମ୍ବଳ ଅନୁଷ୍ଠାନର ଟିମ୍ ବନ୍ଦନାପାଲି ଗ୍ରାମକୁ ଯାଇ ମୄତକ ନୀଲାରାମଙ୍କ ମୃତଦେହକୁ ଆଣି ସମ୍ବଲପୁର ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର