ETV Bharat / state

ପୁଣି ଭୀମସାରରେ ରାଗିଂ, ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ - ପୁଣି ଭୀମସାରରେ ରାଗିଂ

ସମ୍ବଲପୁର ବୁର୍ଲା ଭୀମସାରରେ ଏମବିବିଏସ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଘଟଣାର ତଦନ୍ତ କରୁଛି ଆଣ୍ଟି ରାଗିଂ ସେଲ । ଅଧିକ ପଢନ୍ତୁ...

ପୁଣି ଭୀମସାରରେ ରାଗିଂ, ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଅଭିଯୋଗ

author img

By

Published : Mar 12, 2021, 3:33 PM IST

ସମ୍ବଲପୁର: ବୁର୍ଲା ଭୀମସାରରେ ପୁଣି ରାଗିଂ ଅଭିଯୋଗ । ଦୁଇ ବର୍ଷ ପୂର୍ବେ ଭିସୁଟ ରାଗିଂ ମନରୁ ଲିଭି ନଥିବାବେଳେ ପୁଣି ଭିମସାରରେ ରାଗିଂ ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ଯାନ୍ବିତ କରିଛି । ତେବେ ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଭିମସାର ମେଡ଼ିକାଲ କଲେଜର ଡିନ ଜୟଶ୍ରୀ ଦୋରାଙ୍କୁ ଆଣ୍ଟି ରାଗିଙ୍ଗ ସେଲ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ଏକ କମିଟି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପୁଣି ଭୀମସାରରେ ରାଗିଂ, ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସୂଚନା ଅନୁସାରେ କିଛି ଦିନ ପୂର୍ବେ ଏମବିବିଏସ ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିଲେ । ଫଳରେ ଦ୍ବିତୀୟ ବର୍ଷ ଛାତ୍ରମାନେ ଆଣ୍ଟି ରାଗିଂ ସେଲ ଜରିଆରେ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ତେବେ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହେବାରୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଭୀମସାର ମେଡ଼ିକାଲ ଡିନ ଡାକ୍ତର ଜୟଶ୍ରୀ ଦୋରା ।

ତେବେ ରାଗିଂ ହୋଇଛି ନା ନାହିଁ ସେ ସମ୍ପର୍କରେ ଆଣ୍ଟି ରାଗିଂ ସେଲ୍ ତଦନ୍ତ ପରେ ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.