ETV Bharat / state

ମେ’ 15ରୁ ସମ୍ବଲପୁରରେ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା

author img

By

Published : Apr 29, 2023, 12:29 PM IST

ସମ୍ବଲପୁରରେ ଆରମ୍ଭ ହେବ ଚଳିତବର୍ଷ ରବି ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ଡିଏଲପିସି ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

rabi rice procurement
rabi rice procurement

ସମ୍ବଲପୁରରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ସମ୍ବଲପୁର: ଆସନ୍ତା ମେ’ 15ରୁ ସମ୍ବଲପୁରରେ ଆରମ୍ଭ ହେବ ଚଳିତବର୍ଷ ରବି ଋତୁର ଧାନ କ୍ରୟ ପ୍ରକ୍ରିୟା । ଡିଏଲପିସି ବୈଠକରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଗତ ବର୍ଷ 14, 759 ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ଧାନ ବିକ୍ରି ପାଇଁ 15,444 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଧାନ ବିକ୍ରି ସମୟରେ ଚାଷୀ କିପରି ଅସୁବିଧାର ସମ୍ମୁଖୀନ ନହେବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଥର ସକାଳ 6 ଟାରୁ 10ଟା ଭିତରେ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । 2022-23 ରବି ଧାନ କ୍ରୟ ପାଇଁ 30ଟି ପ୍ୟାକ୍ସ, 10ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, 62 ପିପିସି ଏବଂ 46 ମିଲର ସାମିଲ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛି । 2021-22ରେ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କୁଇଣ୍ଟାଲ ପ୍ରତି 1940 ଟଙ୍କା ଥିବା ବେଳେ ଗ୍ରେଡ଼ ଏ ଧାନ ପାଇଁ 1960 ଟଙ୍କା ରହିଥିଲା । କିନ୍ତୁ 2022-23 ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କୁଇଣ୍ଟାଲ ପ୍ରତି 2040 ଟଙ୍କା ଏବଂ ଗ୍ରେଡ଼ ଏ ଧାନ ପାଇଁ 2060 ଟଙ୍କା ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ 6 ଟାରୁ 10ଟା ମଧ୍ୟରେ ଧାନ ସଂଗ୍ରହ ହେବ ।

ଧାନ ବିକ୍ରୟ ସମୟରେ ମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ରହିବ । ଧାନ ଉଠାଣ କିପରି ଶୀଘ୍ର ହେବ ତଥା ଟୋକନ ଜେନେରେଟ ଅବଧି ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କ୍ରୟ ସମୟରେ କୌଣସି ଅସୁବିଧା ହେବ ନାହିଁ । ଯଦି କୌଣସି ଅସୁବିଧା ଉପୁଜେ ତେବେ ଜିଲ୍ଲା ପ୍ରଶାସନ ତରଫରୁ ତାର ସମାଧାନ ନିମନ୍ତେ ପ୍ରୟାସ କରାଯିବ ।

ଗତକାଲି (ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଡିଏଲପିସି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନୀ ନାୟକ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଓ କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରେଢ଼ାଖୋଲ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି,ଅତିରିକ୍ତ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ରମେଶ ହାଁସଦା, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସମେତ, ଚାଷୀ, ମିଲର୍ସ ପ୍ରତିନିଧି ଓ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.