ETV Bharat / state

ଗାଁକୁ ପଶିଆସିଲା ଅଜଗର, ଖୁଣ୍ଟରେ ବାନ୍ଧିଦେଲେ ଗ୍ରାମବାସୀ - python enter in village,

ଗାଁକୁ ପଶି ଆସିଲା ଅଜଗର । ବନବିଭାଗ ଆସିବା ପର୍ଯ୍ୟନ୍ତ ଅଜଗରକୁ ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଅଧିକ ପଢନ୍ତୁ...

python enter in village
ଗାଁ କୁ ପଶିଆସିଲା ଅଜଗର,ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ
author img

By

Published : Oct 24, 2021, 4:40 PM IST

ସମ୍ବଲପୁର: ଗାଁକୁ ପଶି ଆସିଲା ଅଜଗର । ବନ ବିଭାଗ ଆସିବା ପର୍ଯ୍ୟନ୍ତ ଅଜଗରକୁ ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ତାଲପାଲି ଗାଁରେ ।

ଗାଁ କୁ ପଶିଆସିଲା ଅଜଗର,ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ

ସୂଚନା ଅନୁସାରେ ମାନେଶ୍ବର ବ୍ଲକ ତାଲପାଲି ଗାଁର ଭକ୍ତ ପଧାନ ତାଙ୍କ ଘର ପଛପଟେ ଯାଇଥିବା କେନାଲ ନିକଟରେ ଏହି ବିଶାଳକାୟ ଅଜଗରକୁ ବୁଲାବୁଲି କରୁଥିବା ଦେଖିଥିଲେ । ତେବେ ଏହି କେନାଲକୁ ଗାଧୋଇବା ପାଇଁ ବହୁ କୁନିକୁନି ପିଲାଙ୍କ ସହ ବହୁ ଗ୍ରାମବାସୀ ଯାଇଥାନ୍ତି । ତେଣୁ ଲୋକଙ୍କ ସୁରକ୍ଷା ପାଇଁ ସେ ଅଜଗରକୁ ବୁଲୁଥିବା ସମୟରେ କାବୁ କରି ନିଜ ଘରେ ଖୁଣ୍ଟରେ ବାନ୍ଧି ରଖିଥିଲେ । ଏହା ପରେ ସମ୍ବଲପୁର ବନବିଭାଗ କର୍ମଚାରୀ ଗାଁକୁ ଆସି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି।

ତେବେ ଖୁଣ୍ଟରେ ବନ୍ଧା ହୋଇଥିବା ବିଶାଳକାୟ ଅଜଗରକୁ ନିକଟରୁ ଦେଖିବା ପାଇଁ ତାଲପାଲି ଗ୍ରାମରେ ଲୋକଙ୍କ ଭିଡ ଜମିଥିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.