ETV Bharat / state

ସମ୍ବଲପୁରରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଧରଣା - ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ । ପଢନ୍ତୁ ଅଧିକ....

ସମ୍ବଲପୁରରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଧରଣା

author img

By

Published : Dec 28, 2020, 6:33 PM IST

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ରାଜ୍ୟ ଶାଖା ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟତଃ ଦୁଇଟି ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ଦାବି ପତ୍ର ଦିଆଯାଇଛି ।

ସମ୍ବଲପୁରରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଧରଣା

ଦଳର ରାଜ୍ୟ ସଭାପତି ଶେଖ ଅବଦୁଲ ୱଲିଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନରେ ବହୁ ସଂଖ୍ୟକ ଗରିବ ଭୂମିହୀନ ଲୋକ ସାମିଲ ହୋଇଥିଲେ। ଭୂମିହୀନଙ୍କୁ ବିନା ମୂଲ୍ୟରେ 5 ଏକର ଜମି ଯୋଗାଇଦେବା ତଥା ପଶ୍ଚିମ ଓଡିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ କରିବାକୁ ପାର୍ଟି ଦାବି କରିଛି ।

ଏନେଇ ଆଜି ଦଳ ପକ୍ଷରୁ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଆଗକୁ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଓକିଲଙ୍କ ଆନ୍ଦୋଳନ ହେଲେ ଦଳୀୟ କର୍ମୀମାନେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ଶେଖ ଅବଦୁଲ ୱଲୀ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.