ETV Bharat / state

ଥମୁନି କାମିଆ ଜାନି ବିବାଦ, ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ

author img

By ETV Bharat Odisha Team

Published : Dec 26, 2023, 10:51 PM IST

Protest against Kamiya Jani controversy in Sambalpur: ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ । କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ । ଆଗକୁ ପଢ଼ନ୍ତୁ,

ଥମୁନି କାମିୟା ଜାନି ବିବାଦ
ଥମୁନି କାମିୟା ଜାନି ବିବାଦ
ଥମୁନି କାମିୟା ଜାନି ବିବାଦ

ସମ୍ବଲପୁର : କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରତିବାଦ କରାଯାଉଛି । ଏନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀମନ୍ଦିର ମହାପ୍ରସାଦର ପ୍ରଚାର ପ୍ରସାର ଗୋମାଂସ ଭକ୍ଷଣ କରିଥିବା କାମିୟା ଜାନିଙ୍କ ଦ୍ୱାରା କରାଯାଇଥିବା ଘଟଣାର ପ୍ରତିବାଦ କରାଯାଇଛି । ଏନେଇ ଗୋଲବଜାର ଛକରେ ସଂସ୍ଥା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

ୟୁଟ୍ୟୁବର କାମିଆ ଜାନିଙ୍କ ଦ୍ବାରା ଜଗନ୍ନାଥ ମନ୍ଦିର ତଥା ଅଭଡ଼ାର ପ୍ରଚାର ପ୍ରସାରକୁ ନେଇ ବିବାଦ ଲାଗିରହିଛି । ଏହା ଦ୍ବାରା ଜଗନ୍ନାଥ ସଂସ୍କୃତିର ଅପମାନ କରାଯାଇଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ l ଆଜି ସମ୍ବଲପୁର ଗୋଲବଜାର ଛକରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ ମାନେ ବ୍ୟାନର ଧରି ରାଜ୍ୟ ସରକାର ବିରୋଧୀ ନାରାବାଜି କରିଥିଲେ l ତେବେ ରାଜ୍ୟ ସରକାରଙ୍କ ଏହିଭଳି ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ଓ ଆଗାମୀ ଦିନରେ ମଧ୍ୟ ଏହାର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଏଥିପାଇଁ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ଅଗରେ ଦାବି କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ.... ତେଜୁଛି କାମିଆ ଜାନି ବିବାଦ , କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମାଜିକ ସଙ୍ଗଠନ

କାମିଆ ଜାନି ଜଣେ ୟୁଟ୍ୟୁବର ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନର ଖାଦ୍ୟକୁ ନେଇ ସେ ବ୍ଲଗ ତିଆରି କରନ୍ତି l ତେବେ କିଛି ଦିନ ତଳେ ସେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ ପୁରୀ ଠାରେ ମହାପ୍ରସାଦ ସେବନ କରୁଥିବାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା l ତେବେ କମିଆ ଜାନିଙ୍କ ଏକ ପୁରୁଣା ବ୍ଲଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କର ସେହି ବ୍ଲଗରେ ସେ ଗୋମାଂସ ଖାଉଥିବାର ଅଭିଯୋଗ ଆସିଥିଲା । କିଭଳି ଜଣେ ଗୋମାଂସ ଖାଉଥିବା ବ୍ୟକ୍ତି ଜଗନ୍ନାଥ ମନ୍ଦିର ତଥା ଅଭଡ଼ାର ପ୍ରଚାର ପ୍ରସାର କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ ସୁଧୀର ରଞ୍ଜନ ବହିଦାର କହିଛନ୍ତି ଯେ, ’’ ସରକାର ଏହି ଭଳି ପ୍ରଚାର ପ୍ରସାର ମାଧ୍ୟମରେ କେବଳ ଅପସଂସ୍କୃତିକୁ ପ୍ରୋଶ୍ଚାହିତ କରୁଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ତେବେ ଯଦି ଏହି ଦିଗ ପ୍ରତି କୌଣସି ପଦକ୍ଷେପ ନନିଆଯାଏ ତେବେ ଆନ୍ଦୋଳନ ତିବ୍ରତର ହେବ ।’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.