ସମ୍ବଲପୁର: ଜିଲ୍ଲାରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜନ ବାର୍ଲା । ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଭୋଟି ଦେଇଛନ୍ତି । ଏହାର ଶୁଭାରମ୍ଭ ପାଇଁ ସମ୍ବଲପୁର ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଜନ ବାର୍ଲା । ଆଜି ବୁର୍ଲା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ ।
ଓଡ଼ିଶାର ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଦେଶର 70ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନଲାଇନ ମୋଡ୍ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୮ ପ୍ରକାର ପାରମ୍ପରିକ ପ୍ରଜାତିର କାରିଗରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜନ ବାର୍ଲା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାରିଗରମାନେ କିପରି ଯୋଜନାର ଲାଭ ଉଠାଇ ପାରିବେ ସେନେଇ ସୂଚନା ଦେଇଥିଲେ । ଏହାସହ ୧୮ ପ୍ରକାର ପାରମ୍ପରିକ କାରିଗରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ଏହି ଯୋଜନାରେ ବଢ଼େଇ, କୁମ୍ଭାର, କମାର, ସୁନାରୀ, ଭଣ୍ଡାରୀ, ଧୋବା, ଦରଜୀ, ମାଛ ଧରା ଜାଲ ନିର୍ମାତା, ତାଲାକାର, ଅସ୍ତ୍ର ଚାଳକ, ମାଳୀ, ଜୋତା କାରିଗରୀ, ପାଦୁକା କାରିଗର, ଶିଳ୍ପୀ, ହାତୁଡି ଉପକରଣ ଥାଳି ନିର୍ମାତା, ଡ଼ଙ୍ଗା ନିର୍ମାତା, ରାଜମିସ୍ତ୍ରୀ, ଟୋକେଇ, ମାସିଣା, ଝାଡୁ ନିର୍ମାତା, ଖେଳଣା ନିର୍ମାତା ଆଦି କାରିଗର ମାନେ ଲାଭବାନ ହେବେ l ଏଥିପାଇଁ ଦେଶରେ ୧୩ ହଜାର କୋଟିର ବ୍ୟୟବରାଦ ରହିଛି ।"
ଏହି ଯୋଜନାରେ କାରିଗରମାନେ ସାର୍ଟିଫିକେଟ ଓ ପରିଚୟ ପତ୍ର ପାଇବେ ଏବଂ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ 'ଇ' ଭାଉଚର ମାଧ୍ୟମରେ ଦିଆଯିବ l ୫ରୁ ୭ ଦିନର ମୌଳିକ ଦକ୍ଷତା ତାଲିମ ସହ ୫୦୦ ଟଙ୍କା ଦୈନିକ ଷ୍ଟାଇଫେନ ପ୍ରଦାନ କରାଯିବ l ଏହାସହ ପ୍ରଥମ ପର୍ଯ୍ୟାୟ ରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯିବ l ୧୮ମାସ ମଧ୍ୟରେ ଋଣ ପରିଶୋଧ ପାରେ ଦ୍ଵିତୀୟ ପର୍ଯ୍ୟାୟ ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ l ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ସୂଚନା ଦେବା ସହ ଏହି କାରିଗରମାନଙ୍କ ଉତ୍ପାଦନର ମାର୍କେଟିଙ୍ଗ କିପରି କରାଯିବ ସେନେଇ ମଧ୍ୟ ସରକାର ଦାୟିତ୍ୱ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ରେଳ ଡିଭିଜନ ର DRM ପ୍ରମୁଖ ଯୋଗ ଦେଇଥିଲେ l
ଇଟିଭି ଭାରତ,ସମ୍ବଲପୁର