ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କ୍ଷମତାକୁ ସଙ୍କୁଚିତ କରାଯାଇଛି । ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଶନିବାର ଜାରି କରିଛନ୍ତି ।
ରାଜ୍ୟପାଳଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ କୁଳାଧିପତିଙ୍କ ବିନା ଅନୁମତିରେ କୂଳପତି ଅଟଳ ଚୌଧୁରୀ ଭିସୁଟ ସମ୍ପର୍କିତ କୌଣସି ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ଏପରିକି ଅର୍ଥ ସମ୍ଭନ୍ଧୀୟ କୌଣସି ନିଷ୍ପତ୍ତି ମଧ୍ୟ ନେଇପାରିବେ ନାହିଁ ବୋଲି ଭିସୁଟ କୁଳପତିଙ୍କୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ବିରୁଦ୍ଧରେ ନିଆଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଗୁଡିକୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ଏଥିରେ କଡା ନିର୍ଦ୍ଦେଶ ଜାରି କରିଛନ୍ତି କୁଳାଧିପତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ