ETV Bharat / state

ମୁରବୀ ବିହୀନ ସମ୍ବଲପୁର ବିଜେଡି, ବ୍ୟାକଫୁଟରେ ପଡି ଯିବକି ଦଳ - ସମ୍ବଲପୁରରେ ବିଜେଡି ସ୍ଥିତି

ଆଗାମୀ ନିର୍ବାଚନରେ ସମ୍ବଲପୁରରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ଦଳ ଉପରେ ଭାରି ପଡିପାରେ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

ସମ୍ଭଲପୁରରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ
ମୁରବୀ ବିହୀନ ସମ୍ବଲପୁର ବିଜେଡି
author img

By

Published : Jun 28, 2023, 7:18 AM IST

ମୁରବୀ ବିହୀନ ସମ୍ବଲପୁର ବିଜେଡି

ସମ୍ବଲପୁର: ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ଏବେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ଜିଲ୍ଲାରୁ ରାଜ୍ୟ ସ୍ତରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି । ପ୍ରତି ଜିଲ୍ଲାକୁ ନେତା ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଆରମ୍ଭ ହୋଇଯାଇଛି । ରାଜନୈତିକ ଦଳ ମାନଙ୍କ କିଛି ନା କିଛି କାର୍ଯ୍ୟକ୍ରମ ଆନ୍ଦୋଳନ ଅଥବା ପ୍ରତିବାଦ ରୂପରେ ଦେଖିବାକୁ ମିଳୁଛି । ଏଥିରୁ ସମ୍ବଲପୁର ଜିଲ୍ଲା ମଧ୍ୟ ବାଦ ପଡିନାହିଁ । ତିନି ପ୍ରମୁଖ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ନିର୍ବାଚନ ପୂର୍ବରୁ ନିଜର ସ୍ଥିତି ସୁଦୃଢ କରିବାରେ ଲାଗି ପଡିଛନ୍ତି ।

ସମ୍ବଲପୁରରେ ଶାସକ ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ଓ ଦଳ ଭିତରେ ସୃଷ୍ଟି ହୋଇଥିବା ଏକାଧିକ ଗୋଷ୍ଠୀ ଯୋଗୁଁ ବର୍ତ୍ତମାନ ସ୍ଥିତିରେ ଶାସକ ବିଜେଡିର ଦୁର୍ବଳତା ପଦାରେ ପଡି ଯାଇଛି । ମୁଖ୍ୟତଃ 2019ରେ ସମ୍ବଲପୁର ପରି ପ୍ରମୁଖ ବିଧାନସଭା ସିଟରେ ବିଜେଡି ପରାଜିତ ହେବା ପରେ ଦଳ ଗୋଟେ ପ୍ରକାର ଏକାଧିକ ଗୋଷ୍ଠୀରେ ବିଭାଜିତ ହେବା ସହ ଏକ ପ୍ରକାର ମୁରବୀ ବିହୀନ ହୋଇଯାଇଛି । ମୁଖ୍ୟତଃ ଦଳ ଭିତରେ ନିଜର ପତିଆରା ବୃଦ୍ଧି ପାଇଁ ଗୋଷ୍ଠୀ ଗଠନ କରିବାରେ ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି । ଗତ 2014 ନିର୍ବାଚନରେ ଜୟ ନାରାୟଣ ମିଶ୍ରଙ୍କ ପରି ଟାଣୁଆ ନେତାଙ୍କୁ ବିଜେଡି ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ପରାଜିତ କରି ସମ୍ବଲପୁର ବିଧାନସଭା ସିଟରେ ପ୍ରଥମ ଥର ପାଇଁ ବିଜୟ ପତାକା ଉଡାଇଥିଲେ l ସେହି ନିର୍ବାଚନରେ ଜୟଙ୍କୁ ହରାଇବା ପାଇଁ ବିଜେଡି ନେତା ଏକଜୁଟ ହୋଇ ଲଢ଼ିଥିଲେ l

2014 ରୁ 2019 ଯାଏ ସମ୍ବଲପୁରରେ ବହୁତ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ହୋଇଥିଲା । ତେବେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇ ମଧ୍ୟ 2019 ନିର୍ବାଚନ ଠିକ ପୂର୍ବରୁ ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ନିର୍ବାଚନରେ ହାରି ଯାଇଥିଲା l ଆଉ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ରାଜନୀତି ବିଶ୍ଳେଷକଙ୍କ ମତରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଯେତିକି ନେତାକୁ ସେତିକି ଗୋଷ୍ଠୀ l ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ, ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବର୍ତ୍ତମାନର ଜିଲ୍ଲା ସଭାପତି ଥିବା ସିଦ୍ଧାର୍ଥ ଦାସ, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ଯୁବ ନେତା ସଞ୍ଜିତ ମହାନ୍ତିଙ୍କ ଗୋଟିଏ ଲେଖାଏଁ ଗୋଷ୍ଠୀ ରହିଛି l ସମସ୍ତେ ନିଜର ପାତିଆରା ପାଇଁ ନିଜ ନିଜ ରାସ୍ତାରେ ଚାଲୁଥିବା ବେଳେ ଦଳ ଏକାଠି ହୋଇ ପାରୁନଥିବା ଅନେକ ଥର ପରିଲକ୍ଷିତ ହୋଇଛି l

ଏହା ବି ପଢନ୍ତୁ..ସୌମ୍ୟଙ୍କ ସମର୍ଥନରେ ବିଜୟ, କହିଲେ ରାଜ୍ୟରେ ଯାହା ଚାଲିଛି ସୌମ୍ୟ ଲେଖିଛନ୍ତି

ଦଳର ଏହି ସମସ୍ୟାକୁ ରାଜ୍ୟ ନେତୃତ୍ୱ ସମାଧାନ ନକଲେ ଆଗାମୀ ନିର୍ବାଚନରେ ବିଜେଡି ଅଡୁଆରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି l ମୁଖ୍ୟତଃ ପୂର୍ବତନ ଜିଲ୍ଲା ସଭାପତି ରେଢ଼ାଖୋଲ ବିଧାନସଭା ସିଟରୁ ବିଜେଡି ଟିକେଟ ଚାହୁଁଥିବା ବେଳେ ତାଙ୍କୁ ଦଳ ଏହା ଦେଉନଥିବାରୁ ଏହା ଯୋଗୁଁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୁଏ l ଏପରିକି ରେଢ଼ାଖୋଲ ବିଧାନସଭା ସିଟ ଅଞ୍ଚଳର ନାକଟିଦେଉଳ ଅଞ୍ଚଳରେ ତାଙ୍କର ଦବଦବା ଥିବାରୁ ସେ ନିର୍ବାଚନ ଫଳା ଫଳକୁ ପ୍ରଭାବିତ କରି ପାରିବେ ବୋଲି ଚର୍ଚ୍ଚା ହେଉଛି l

ଏହି ଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଯେତିକି ନେତାକୁ ସେତିକି ଗୋଷ୍ଠୀ ଥିବା ବେଳେ କାହାର କାହାରି ସହ ପଡୁନଥିବା ପାରିଲକ୍ଷିତ ହୋଇଛି l ତେଣୁ ଏହିଭଳି ସ୍ଥିତିରେ ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ଶୀର୍ଷ ନେତୃତ୍ୱ ଏହା ଉପରେ ନଜର ନ ପକେଇଲେ ଏହା ଦଳକୁ ବ୍ୟାକଫୁଟରେ ରଖିବ ବୋଲି ରାଜନୀତି ବିଶ୍ଳେଷକ କହିଛନ୍ତି l ସମ୍ବଲପୁରରେ ବିଜେଡି ସ୍ଥିତି ଯଦି ଏହିପରି ରୁହେ ତେବେ ବିଜେପି ଏହାର ଫାଇଦ ଉଠାଇପାରେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.