ETV Bharat / state

ଅଇଁଠାପାଲି ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ - ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ପୋଲିସ

ଅଇଁଠାପାଲି ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ସମ୍ବଲପୁର ପୋଲିସ ୨୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ...

sambalpur
ଅଇଁଠାପାଲି ଗଣଦୁଷ୍କର୍ମ ଘଟଣା
author img

By

Published : Dec 28, 2019, 7:36 PM IST

ସମ୍ବଲପୁର: ଅଇଁଠାପାଲି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ବିରୋଧରେ ସମ୍ବଲପୁର ପୋଲିସ ଚାର୍ଜସିଟ ଦାଖଲ କରିଛି । ଅଭିଯୁକ୍ତଙ୍କ ବିରୋଧରେ ୨୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାକୁ ରେଡ ଫ୍ଲାଗ ଟ୍ୟାଗ ଯୁକ୍ତ କରାଯାଇଛି ।

ଅଇଁଠାପାଲି ଗଣଦୁଷ୍କର୍ମ ଘଟଣା

ସେହିପରି ସମ୍ବଲପୁର ମଣ୍ତଳ କାରାଗାରରେ ଥିବା ଚାରି ଅଭିଯୁକ୍ତ ଓ ରାଉରକେଲା ସୁଧାର ଗୃହରେ ଥିବା ୨ ନାବାଳକ ଅଭିଯୁକ୍ତଙ୍କ ରକ୍ତ ନମୂନା ସଂଗ୍ରହ କରି ଡିଏନଏ ପ୍ରୋଫାଇଲିଙ୍ଗ ପାଇ ରାଜ୍ୟ ଫରେନସିକ ଲାବ୍ରୋଟାରୀକୁ ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୭ ତାରିଖ ରାତିରେ ଅଇଁଠାପାଲି ଥାନା ଡେଙ୍ଗସରଙ୍ଗି ଅଞ୍ଚଳରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ମାନେ ପୀଡିତାଙ୍କୁ ବରେଇପାଲି ନିକଟସ୍ଥ ଏକ ରାସ୍ତାକଡରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ସମ୍ବଲପୁର ପୋଲିସ ପୀଡିତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପ୍ରାୟ ୧୦ ଦିନର ଚିକିତ୍ସା ପରେ ଏବେ ପୀଡିତା ଜଣକ ସୁସ୍ଥ ରହିଛନ୍ତି । ମାମଲାର ବିଚାର ଜାରି ରହିଥିବାରୁ ପୀଡିତାଙ୍କୁ ସାକ୍ଷୀ ଷ୍ଟେ ହୋମରେ ରଖାଯାଇଛି। ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବହୁ ଚର୍ଚିତ ସମ୍ବଲପୁର ଅଇଁଠା ପାଲି ଡେଙ୍ଗସରଙ୍ଗି ଗଣଦୁର୍ଷ୍କମ ଘଟଣା ୬ ଜଣ ଅଭିଯୁକ୍ତ ବିରୋଧରେ ୨୦୫ ପୃଷ୍ଟାର ଚାର୍ଚ ସିଟ ଦାଖଲ କଲା ସମ୍ବଲପୁର ପୋଲିସ।ଏନେଇ ସମ୍ବଲପୁର ପୋଲିସ ତରଫରୁ ସୂଚନା ଦିଆଯାଇଛି।Body:ଅତି ସମ୍ବେଦନସିଲ ତଥା ରେଡ ଫ୍ଲାଗ ଟେଗ ଯୁକ୍ତ ଏହି ମାମଲାର ତଦନ୍ତ ନିର୍ଦ୍ଧାରିତ ୨୦ ଦିନ ମଧ୍ୟରେ ଶେଷ କରିବାକୁ ସମ୍ବଲପୁର ପୋଲିସ ନିଷ୍ପତ୍ତି ନେଇ ଏହି ଅବଧି ମଧ୍ୟରେ ଚାର୍ଚସିଟ ଦାଖଲ କରିଛି । ତେଵେ ପିଡିତାଙ୍କୁ କିଭଲି ଶ୍ରୀଘ୍ର କ୍ଷତିପୁରଣ ପ୍ରଦାନ କାରାଯିବ ସେ ସମ୍ପକରେ ପଦକ୍ଷେପ ନେଇଛି । ଏହା ଵାଦ ତ୍ବରିତ ନ୍ୟାୟ ପ୍ରକିୟା ପାଇ ମଧ୍ୟ ସମ୍ବଲପୁର ପୋଲିସ ଆବଶ୍ୟକିୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅନ୍ୟପଟେ ସମ୍ବଲପୁରରେ ମାମଲା ଶୁଣାଣି ବନ୍ଦ ଥିବାରୁ ଏହି ମାମଲା କୁ ପଡୋଶି ଜିଲ୍ଲା କୁ ସ୍ଥାନାନ୍ତର କରାଯିବା ବୋଲି ସୂଚନା ମିଲିଛି । ଗତ ୭ ତାରିଖ ରାତିରେ ଅଇଠାପାଲି ଥାନା ଡେଙ୍ଗସରଙ୍ଗି ଅଂଚଳରେ ସ୍ବାମି ପରିତ୍ୟକ୍ତା ମହିଲା ଙ୍କୁ ଲିପ୍ଟ ଦେବା ବାହାନାରେ ଅପହରଣ ପରେ ଗଣ ଦୁର୍ଷ୍କମ କରାଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ମାନେ ପିଡିତା ଙ୍କୁ ବରେଇପାଲି ର ରାସ୍ତା କଡରେ ଫିଙ୍ଗି ଦେଇ ଚାଲି ଯାଇଥିଲେ ।ଗୁରୁତର ଅବସ୍ଥାରେ ସମ୍ବଲପୁର ପୋଲିସ ପିଡିତା ଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତର ଖାନାରେ ଭତ୍ତି କରିଥିଲା । ପ୍ରାୟ ୧୦ ଦିନ ର ଚିକିତ୍ସାପରେ ସେ ସୁସ୍ଥ ରହିଛନ୍ତି । କିନ୍ତୁ ଜାରି ରହିଥିବା ନ୍ୟାୟ ପ୍ରକିୟା ପାଇ ଏବେ ବି ପିଡିତାଙ୍କୁ ସମ୍ବଲପୁର ସକ୍ଷୀ ଷ୍ଟେ ହୋମରେ ରଖାଯାଇଛି । ।Conclusion:ଚଳିତ ସପ୍ତାହରେ ସମ୍ବଲପୁର ମଣ୍ତଳ କାରାଗାର ରେ ଥିବା ଚାରି ଅଭିଯୁକ୍ତ ଓ ରାଉରକେଲା ସୁଧାର ଗୃହରେ ଥିବା ୨ ନାବାଳକ ଅଭିଯୁକ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ଡି ଏନ ଏ ପ୍ରୋଫାଇଲିଙ୍ଗ ପାଇ ରାଜ୍ୟ ଫରେନସିଲ ଲାଵ୍ରୋଟାରି କୁ ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.