ETV Bharat / state

କୋଭିଡ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ, ଫୋକସରେ ପ୍ଲାଜମା ଦାନ - plasma donation program started

କୋରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ପ୍ରେରିତ କରିବାକୁ ସମ୍ବଲପୁରରେ କୋଭିଡ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ, ଫୋକସରେ ପ୍ଲାଜମା ଦାନ

author img

By

Published : Sep 10, 2020, 9:30 PM IST

ସମ୍ବଲପୁର: କୋରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ପ୍ରେରିତ କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର କୋଭିଡ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସମ୍ବଲପୁର ଜିଲ୍ଲାର ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି (ଗୁରୁବାର) ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

କୋଭିଡ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ, ଫୋକସରେ ପ୍ଲାଜମା ଦାନ

ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କୋଭିଡ ରୋଗୀ ଚିହ୍ନଟ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ 100 ପାଖାପାଖି ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ପରିସ୍ଥିତିରେ କୋଭିଡ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ କୋଭିଡ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି । କୋରୋନା ସଂକ୍ରମିତ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଯେଉଁ ବ୍ୟକ୍ତିମାନେ କୋରୋନାକୁ ପରାଜିତ କରି ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରେରିତ କରାଯାଉଛି । ଏହା ସହ ଯେଉଁ କୋଭିଡ ଯୋଦ୍ଧାମାନେ ପ୍ଲାଜମା ଦାନ କରି ସାରିଛନ୍ତି ସେମାନଙ୍କୁ ଉତ୍ସାହିତ କରାଯିବା ସହ ଆଜି 8 ଜଣ ପ୍ଲାଜମା ଦାତାଙ୍କୁ ସମ୍ମାନୀତ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ଲାଜମା ଦାତା ମାନେ ବେଶ ଖୁସି ଥିବା ସହ ନିଜର ଅନୁଭୂତି କହିଥିଲେ । ପ୍ଲାଜମା ଦାନ ଦ୍ୱାରା ଜଣେ ବ୍ୟକ୍ତି 2 ଜଣଙ୍କ ଜୀବନ ବଞ୍ଚାଇ ପାରିବ ଓ ଏହା ଦ୍ୱାରା କୌଣସି ଅସୁବିଧା ହୋଇନ ଥାଏ ବୋଲି ପ୍ଲାଜମା ଦାତାମାନେ ମତ ରଖିଛନ୍ତି । ଏଥିପାଇଁ ଲୋକେ ନିଜ ତରଫରୁ ଆଗେଇ ଆସି ପ୍ଲାଜମା ଦାନ କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଉପଜିଲ୍ଲାପାଳ, ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ, ଏନଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.