ସମ୍ବଲପୁର: ଯୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କର ପାଲି ନିକଟରେ ପିକଅପ ଭ୍ୟାନ ଓ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।



ହାଇୱା ଟ୍ରକଟି ସମ୍ବଲପୁରରୁ ରେଢ଼ାଖୋଲ ଯାଉଥିବା ବେଳେ ପିକଅପ ଭ୍ୟାନଟି ରେଢ଼ାଖୋଲରୁ ସମ୍ବଲପୁରକୁ ଆସୁଥିଲା । ଫଳରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡିର ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଯୁଜୁମୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ