ETV Bharat / state

ବିପିୟୁଟି ପରୀକ୍ଷା ଗାଇଡଲାଇନ ନେଇ ଫାର୍ମାସି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଅନଲାଇନ ପରୀକ୍ଷାକୁ ନେଇ ଫାର୍ମାସି ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ । ବିପିୟୁଟି କର୍ତ୍ତୃପକ୍ଷ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଏନେଇ ଛାତ୍ରଛାତ୍ରୀ କଚେରୀ ଛକରେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 2, 2020, 8:38 PM IST

ବିପିୟୁଟି ପରୀକ୍ଷା ଗାଇଡଲାଇନକୁ ନେଇ, ଫାର୍ମାସି ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର: ଅନଲାଇନ ପରୀକ୍ଷାକୁ ନେଇ ଫାର୍ମାସି ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ । ଅନଲାଇନ ମାଧ୍ୟମରେ କରାଯିବାକୁ ଥିବା ପରୀକ୍ଷାକୁ ନେଇ ବିପିୟୁଟି କର୍ତ୍ତୃପକ୍ଷ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଗୁରୁବାର ଏନେଇ ଛାତ୍ରଛାତ୍ରୀ କଚେରୀ ଛକରେ ପ୍ରତିବାଦ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ବିପିୟୁଟି ଅନଲାଇନ ପରୀକ୍ଷା ପାଇଁ ଯେଉଁ ସବୁ ଗାଇଡ଼ଲାଇନ ବା ମାନଦଣ୍ଡ ରଖିଛି ତାହା 70 ରୁ 80 ପ୍ରତିଶତ ଛାତ୍ର ପୂରଣ କରିପାରିବେ ନାହିଁ । ଅନ୍ୟପଟେ କୋରୋନା ସଂକ୍ରମଣର ଭୟ ଭିତରେ ସେମାନେ ନୋଡାଲ ଅଫିସ ଅଥବା ନେଟ କ୍ୟାଫେରେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ପରୀକ୍ଷାକୁ ବାତିଲ କରାଯାଉ ଗତ ବର୍ଷର ସେମିଷ୍ଟର ମାର୍କକୁ ଆଧାର କରି ଏଥର ମାର୍କ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ଆଗକୁ ଏହି ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଛାତ୍ର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.