ETV Bharat / state

ସ୍ୱାଭାବିକ ହେଉଛି ସମ୍ବଲପୁର, ବିଭିନ୍ନ ସମ୍ପ୍ରଦାୟ ସହ ଜିଲ୍ଲା ପ୍ରଶାସନର ଶାନ୍ତି ବୈଠକ

author img

By

Published : Apr 20, 2023, 1:40 PM IST

ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଶାନ୍ତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Peace meeting of district administration

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କଟକଣା ଜାରି ହେଉଥିଲା । କିନ୍ତୁ ଏବେ ସ୍ଥିତିରେ ସୁଧାର ଆସୁଥିବାରୁ ଆଜି ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ବାତୁଳା ଗଙ୍ଗାଧର ମଧ୍ୟ ଉପସ୍ଥିତ ରହିଥିଲେ ।

ଶାନ୍ତି ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ,''ବର୍ତ୍ତମାନ ସମ୍ବଲପୁରରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ତେଣୁ ଆଜି ଠାରୁ ଜିଲ୍ଲାରେ ବ୍ରଡ଼ ବ୍ୟାଣ୍ଡ ଓ ଲିଜ ଲାଇନ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି । ଏହି ସେବା ଲୋକଙ୍କ ପାଇଁ ସକାଳ 10 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ । ତେବେ ମୋବାଇଲ ଇଣ୍ଟରନେଟ ସେବାକୁ ଆହୁରି 48 ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ମୁଖ୍ୟତଃ ଅଫିସ କାର୍ଯ୍ୟ ଓ କିଛି ଲୋକ ୱର୍କ ଫ୍ରମ ହୋମରେ ଅସୁବିଧା ହେଉଥିବା ଅଭିଯୋଗ ଆସିବା ପରେ ଏହି ବ୍ରଡ଼ ବ୍ୟାଣ୍ଡ ଓ ଲିଜ ଲାଇନ ଇଣ୍ଟରନେଟ ସେବାକୁ ଉପଲବ୍ଧ କରାଯାଇଛି । ଏହି ସେବାର ଦୁର୍ବ୍ୟବହାର ଯେମିତି ନହୁଏ ସେନେଇ ଜିଲ୍ଲାପାଳ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ କୌଣସି ବ୍ୟକ୍ତି ଯଦି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଅଥବା ଧାର୍ମିକ ଭାବନାକୁ ଆଘାତ କରୁଥିବା ପରି ପୋଷ୍ଟ କରେ ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ବଲପୁରକୁ କିପରି ଶାନ୍ତି ଫେରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ଆଲୋଚନା ଜାରି ରହିଛି । ଜିଲ୍ଲା ପ୍ରଶାସନର ଏକ ଟିମ ସୋସିଆଲ ମିଡ଼ିଆକୁ ଅନୁଧ୍ୟାନ କରିବ । ଯଦି କୌଣସି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛି ତେବେ ସେନେଇ ରିପୋର୍ଟ କରିବାକୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । 18003456723 ଟୋଲ ଫ୍ରି ନମ୍ବରରେ ରିପୋର୍ଟ କରିପାରିବେ । ''

''ଅନ୍ୟପଟେ ସୋସିଆଲ ମିଡ଼ିଆରେ ଆପତ୍ତି ଜନକ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ସମ୍ବଲପୁର ଏସପି । ଗତ 3 ଦିନ ହେଲା କୌଣସି ପ୍ରକାର ହିଂସା ଅଥବା ଅପ୍ରିତିକାର ପରିସ୍ଥିତି ହୋଇନାହିଁ ବୋଲି ଏସପି ସୂଚନା ଦେଇଛନ୍ତି । ହନୁମାନ ଜୟନ୍ତୀରେ ପଥର ମାଡ଼ ଓ ଜଳାପୋଡା ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା 99 ପର୍ଯ୍ୟନ୍ତ ପହଞ୍ଚି ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.