ETV Bharat / state

Sitala Sasthi: ସରିଲା ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି, ଆଜି ଦେବ ନିମନ୍ତ୍ରଣ

ସମ୍ପନ୍ନ ହୋଇଛି ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ବା ନିର୍ବନ୍ଧ । ଅଧିକ ପଢନ୍ତୁ

sital sasthi festival
sital sasthi festival
author img

By

Published : May 21, 2023, 11:10 AM IST

sital sasthi festival

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ । ଏନେଇ ସମ୍ପନ୍ନ ହୋଇଛି ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ବା ନିର୍ବନ୍ଧ । ଗତ ଶନିବାର ରାତିରେ ବାବାଙ୍କ ପତର ପେଣ୍ଡି ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ହେବ ନୃସିଂହ ନିୟୁତା ବା ଦେବ ନିମନ୍ତ୍ରଣ ନୀତି । ଆସନ୍ତା 24 ରାତିରେ ହେବ ଦେବ ଦମ୍ପତିଙ୍କ ବିବାହ ।

ତେବେ ଶନିବାର ରାତି ପ୍ରାୟ 8ଟାରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର "ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରି ଥିଲେ ବରପିତା ଓ ସପ୍ତରୁଷି । ପାରମ୍ପରିକ ବାଜା, ଶଙ୍ଖ ଘଣ୍ଟର ତାଳେ ତାଳେ ନନ୍ଦ ପଡାରୁ ବାହାରି ଥିଲା ଶୋଭାଯାତ୍ରା । ଦିବ୍ୟ ବିମାନରେ ସପ୍ତରୁଷି ଓ ବର ପିତା ଅରୁଢ଼ ହୋଇ ବର ପକ୍ଷ ପହଞ୍ଚି ଥିଲେ ପୂର୍ବ ନିର୍ଦ୍ଧାରିତ ଜଗନ୍ନାଥ କଲୋନୀର କନ୍ୟା ଘରକୁ । ସେଠାରେ ବର ପକ୍ଷଙ୍କୁ କନ୍ୟା ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଘର ଭିତରକୁ ପାଛୋଟି ନିଆଯାଇଥିଲା । ଏହା ପରେ କନ୍ୟା ପକ୍ଷ ବର ପକ୍ଷଙ୍କୁ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ବିଷୟରେ ପଚାରି ଥିଲେ l

ଏହାପରେ ସପ୍ତ ଋଷି କହିଥିଲେ ଯେ, ଏହି ଘରେ ସର୍ବଗୁଣ ସମ୍ପନ୍ନା ଜଣେ କନ୍ୟା ଥିବାର ସୂଚନା ପାଇ ନନ୍ଦପଡାର "ବମ ବରାଡ଼ ବାଲୁଙ୍କେଶ୍ୱର ବାବା"ଙ୍କ ବିବାହ ପ୍ରସ୍ତାବ ପାଇଁ ଆସିଛନ୍ତି । ପରେ କନ୍ୟା ପକ୍ଷ ବର କଣ କରନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସପ୍ତଋଷି ମହାଦେବ ଶ୍ମଶାନରେ ବାସ କରନ୍ତି ବୋଲି କହିବା ପରେ ପ୍ରଥମେ କନ୍ୟା ପକ୍ଷ ବିବାହ ପ୍ରସ୍ତାବରେ ଅରାଜି ହୋଇ କନ୍ୟା ଦେବେନି କୁହନ୍ତି । ତେବେ ପରେ ଯେତେବେଳେ ସପ୍ତଋଷି ମହାଦେବଙ୍କ ଗୁଣ ଗାନ କରିବା ସହ ତାଙ୍କର ସ୍ତୋତ୍ର ପାଠ କରନ୍ତି କନ୍ୟା ପିତା ମାତା ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ଯାଆନ୍ତି । ଏହା ପରେ ସ୍ଥାନୀୟ ପାରମ୍ପରିକ ରୀତିନୀତି ଓ ଲୋକାଚାର ଅନୁସାରେ ପୂଜାର୍ଚ୍ଚନା କରିବା ପରେ ବର ପକ୍ଷ 72ଟି ଶାଳ ପତ୍ରର ଏକ ବିଡା କନ୍ୟା ପକ୍ଷଙ୍କୁ ପ୍ରଦାନ କରି ବିବାହ ସ୍ଥିରୀକୃତ କରିଥିଲେ l ଏହି ପରମ୍ପରାକୁ ପତର ପେଣ୍ଡି ବା ନିର୍ବନ୍ଧ କୁହାଯାଏ l

ମୁଖ୍ୟତଃ ଇତିହାସକାରଙ୍କ ମତରେ ସମ୍ବଲପୁରରେ ଚୌହାନ ବଂଶୀୟ ରାଜାଙ୍କ ରାଜୁତି କାଳରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା l ତତ୍କାଳୀନ ରାଜାମାନେ ନିଜର ରାଜ କାର୍ଯ୍ୟରେ ସହାୟତା ପାଇଁ ପୁରୀରୁ କିଛି ଉତ୍କଳୀୟ ବ୍ରାହ୍ମଣ ପରିବାରକୁ ଆଣି ସମ୍ବଲପୁରରେ ଅବସ୍ଥାନ କରାଇଥିଲେ । ଆଉ ଉତ୍କଳୀୟ ବ୍ରାହ୍ମଣ ମାନେ ଯେହେତୁ ଶିବ ଭକ୍ତ ଥିଲେ ସେତେବେଳେ ସେମାନେ ଶିବ ବିବାହ କରିବାକୁ ଆରମ୍ଭ କରିଥିଲେ l ତେବେ ଶିବ ଓ ପାର୍ବତୀଙ୍କ ଏହି ବିବାହ ସମ୍ପୂର୍ଣ୍ଣ ଲୌକିକ ଅଚାର ହୋଇଥାଏ l ଆଉ ଶିବ ପାର୍ବତୀଙ୍କ ଏହି ଦେବ ବିବାହର ସମ୍ପୂର୍ଣ ପରମ୍ପରାକୁ ଶୀତଳ ଷଷ୍ଠୀ ଯାତ୍ରା କୁହାଯାଏ । ସମ୍ବଲପୁର ଅଞ୍ଚଳରେ କୌଣସି ବିବାହ ସ୍ଥିରୀକୃତ ହେବା ସମୟରେ ବର ପକ୍ଷ କନ୍ୟା ପକ୍ଷକୁ ଶାଳ ପତ୍ର ବା ସରଗି ପତ୍ରର ବିଡା ଦେବାର ପରମ୍ପରା ଥିବାରୁ ଦେବ ବିବାହରେ ମଧ୍ୟ ଏହି ପରମ୍ପରା ନିହିତ ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.