ETV Bharat / state

ସମ୍ବଲପୁରରେ ଆରମ୍ଭ ହେଲା ଧାନ ସଂଗ୍ରହ, ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଚାଷୀ

author img

By ETV Bharat Odisha Team

Published : Nov 23, 2023, 9:23 PM IST

ସମ୍ବଲପୁର ଜିଲାରେ ଆରମ୍ଭ ହୋଇଛି ଧାନ ସଂଗ୍ରହ l ଚଳିତ ଥର ଜିଲାରେ 59,904 ଜଣ ଚାଷୀ ଧାନ କ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି l ଏଥିପାଇଁ ଜିଲ୍ଲା ସ୍ତରରେ 63 ମଣ୍ଡି ର ବ୍ୟବସ୍ଥା କରାଯାଇଛି l ଏଥର ଜିଲାରେ 40 ଜଣ ମିଲର,45 ଟି ପେକ୍ସ ଓ 15 ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି l ଅଧିକ ପଢନ୍ତୁ

ସମ୍ବଲପୁରରେ ଆରମ୍ଭ ହେଲା ଧାନ ସଂଗ୍ରହ, ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଚାଷୀ
ସମ୍ବଲପୁରରେ ଆରମ୍ଭ ହେଲା ଧାନ ସଂଗ୍ରହ, ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଚାଷୀ

ସମ୍ବଲପୁରରେ ଆରମ୍ଭ ହେଲା ଧାନ ସଂଗ୍ରହ, ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା l ଜିଲ୍ଲା ପ୍ରଶାସନର DLPC ବୈଠକ ର ନିଷ୍ପତ୍ତି ଅନୁସାରେ ଗତକାଲି ଠାରୁ ସମ୍ବଲପୁର ଜିଲ୍ଲାର ସମ୍ବଲପୁର ସବ ଡିଭିଜନରୁ ଆରମ୍ଭ ହୋଇଛି ଧାନ ସଂଗ୍ରହ ବା ଧାନ କ୍ରୟ l ଆସନ୍ତା 27 ତାରିଖରୁ ଜିଲ୍ଲାର ରେଢ଼ାଖୋଲ ଓ କୁଚିଣ୍ଡା ସବ ଡିଭିଜନରେ ଆରମ୍ଭ ହେବ ଧାନ ସଂଗ୍ରହ l ଏନେଇ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସୂଚନା ଦେଇଛନ୍ତି l ସେପଟେ ଚାଷୀ ଧାନ ଅମଳ କରି ଘରେ ଧାନ ରଖିଥିବା ବେଳେ ଟୋକାନ ମିଳି ନଥିବାରୁ ମଣ୍ଡିକୁ ଧାନ ଆଣି ପାରି ନଥିବା ଅଭିଯୋଗ ହୋଇଛି l

ଅଧିକ ପଢନ୍ତୁ- ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ସମ୍ବଲପୁର ଜିଲାରେ ଆରମ୍ଭ ହୋଇଛି ଧାନ ସଂଗ୍ରହ l ଚଳିତ ଥର ଜିଲାରେ 59,904 ଜଣ ଚାଷୀ ଧାନ କ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି l ଏଥିପାଇଁ ଜିଲ୍ଲା ସ୍ତରରେ 63 ମଣ୍ଡି ର ବ୍ୟବସ୍ଥା କରାଯାଇଛି l ଏଥର ଜିଲାରେ 40 ଜଣ ମିଲର,45 ଟି ପେକ୍ସ ଓ 15 ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି l ଗୋଟିଏ ସପ୍ତାହରେ 6 ଦିନ ଧାନ ସଂଗ୍ରହ କରାଯାଉଛି l ପ୍ରଥମ ପର୍ଯ୍ୟାୟରେ 27 ଲକ୍ଷ 60 ହଜାର 294 କ୍ବିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନରେ 100 ଜଣ ଚାଷୀ ଙ୍କ ଠାରୁ 9629 ପକେଟ ଧାନ ସଂଗ୍ରହ ହୋଇଥିବା ସୂଚନା ଦିଆଯାଇଛି l ଅଭାବୀ ଧାନ ବିକ୍ରି ରୋକିବା ପାଇଁ ଜିଲ୍ଲାର 3ଟି ଉପଖଣ୍ଡରେ 3ଟି ସ୍କୟାର୍ଡର ବ୍ୟବସ୍ଥା ହୋଇଥିବା ବେଳେ ଗୋଟିଏ ଜିଲ୍ଲା ସ୍ତରୀୟ ସ୍କୟାର୍ଡ ତିଆରି ହୋଇଛି l

ଅନ୍ୟପଟେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଚାଷୀ କହିଛନ୍ତି ଯେ ରାଜ୍ୟ ସରକାର ଜୁଲାଇ ମାସରୁ ଚାଷୀଙ୍କ ପଞ୍ଜିକରଣ ବ୍ୟବସ୍ଥା କଥା କହୁଥିବା ବେଳେ କିଛି ଚାଷୀ ନିଜ ସୁବିଧା ଅନୁସାରେ ନଭେମ୍ବର ପ୍ରଥମ ସପ୍ତାହ ରେ ଓ କେତେକ ଚାଷୀ ନଭେମ୍ବର ମଧ୍ୟ ଭାଗରେ ମଣ୍ଡି ଖୋଲିବାକୁ ଦାବୀ କରୁଛନ୍ତି l ରାଜ୍ୟ ସରକାର ଏହି ନିଷ୍ପତି ଜିଲ୍ଲା ସ୍ତରରେ ଚାଷୀଙ୍କ ମତ ଅନୁସାରେ ନନେଇ ରାଜଧାନୀରେ ଏହି ନିଷ୍ପତି ନେଉଛନ୍ତି l ଯାହା ଫଳରେ ଜିଲାରେ ନଭେମ୍ବର ଶେଷ ଆଡକୁ ମଣ୍ଡି ଖୋଲା ଯାଉଛି l ଏଭଳି ସ୍ଥତି ରେ ଚାଷୀ ବାଧ୍ୟ ହୋଇ କମ ଦାମ ରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀ ଅଭିଯୋଗ କରୁଛନ୍ତି l ଯାହା ପାଖରେ ଧାନ ଅଛି ତା ପାଖରେ ଟୋକନ ନାହିଁ ଓ ଯାହା ପାଖରେ ଧାନ ନାହିଁ ତା ପାଖରେ ଟୋକନ ଥିବା ଚାଷୀ କହିଛନ୍ତି l ହେଲେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏହି ଅଭିଯୋଗ କୁ ଖଣ୍ଡନ କରିବା ସହ କହିଛନ୍ତି ଯେ ଚାଷୀଙ୍କ ଠାରୁ ମତ ନେଇ ସେହି ହିସାବରେ ଟୋକନ ଦିଆଯାଉଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.