ETV Bharat / state

ନିଯୁକ୍ତି ସମସ୍ୟା, ଆରଡିସି ଅଫିସ ଘେରିଲା ପଶ୍ଚିମ ଓଡିଶା କଲ୍ୟାଣ ସମିତି - ପଶ୍ଚିମ ଓଡିଶା କଲ୍ୟାଣ ସମିତି

ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସମସ୍ୟା ନେଇ ଉତ୍ତରାଞ୍ଚଳ ଆରଡିସି ଅଫିସ ଘେରିଲା ପଶ୍ଚିମ ଓଡିଶା କଲ୍ୟାଣ ସମିତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ଗରିବ , ଖଟିଖିଆ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବେକାରୀ ସମସ୍ୟା ନେଇ ଆଜି ପଶ୍ଚିମ ଓଡିଶା କଲ୍ୟାଣ ସମିତି ପକ୍ଷରୁ ଏକ ବିକ୍ଷୋଭ ଶୋଭଯାତ୍ରା କରାଯିବା ସହ ଆର ଡି ସି ଅଫିସ କରାଯାଇଛି ଘେରାଉ । ଅଧିକ ପଢନ୍ତୁ

ନିଯୁକ୍ତି ସମସ୍ୟା, ଆରଡିସି ଅଫିସ ଘେରିଲା ପଶ୍ଚିମ ଓଡିଶା କଲ୍ୟାଣ ସମିତି

author img

By

Published : Dec 2, 2022, 10:40 PM IST

ସମ୍ବଲପୁର: ବେକାରୀ ସମସ୍ୟା ନେଇ ଆରଡିସି ଅଫିସ ଘେରିଲା ପଶ୍ଚିମ ଓଡିଶା କଲ୍ୟାଣ ସମିତି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବହୁ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକ ନିଯୁକ୍ତି ନ ପାଇ ବେକାର ଅଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ଭରଣ ପୋଷଣ କଷ୍ଟକର ହୋଇପଡୁଛି । ତେଣୁ ଏଭଳି ଲୋକଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ କର୍ମ ସଂସ୍ଥାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛି ପଶ୍ଚିମ ଓଡିଶା କଲ୍ୟାଣ ସମିତି ।

ନିଯୁକ୍ତି ସମସ୍ୟା, ଆରଡିସି ଅଫିସ ଘେରିଲା ପଶ୍ଚିମ ଓଡିଶା କଲ୍ୟାଣ ସମିତି

ସଂପ୍ରତି କେତେକ କର୍ମଚାରୀଙ୍କୁ ମହାନଗର ନିଗମରୁ ଛଟେଇ କରି ଦିଆଯାଇଛି । ଛେଟେଇ କର୍ମଚାରୀଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେବାକୁ ଦାବୀ କରିଛି ପଶ୍ଚିମ ଓଡିଶା କଲ୍ୟାଣ ସମିତି । ଏହା ସହ ବର୍ତ୍ତମାନ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ଆରମ୍ଭ କରାଯାଇଥିବା ବେଳେ ଏହି ଆଉଟ୍ ସୋର୍ସିଂ ସଂସ୍ଥା ଗୁଡିକ ନିଯୁକ୍ତି ଦେବା ବଦଳରେ ମୋଟା ଅଙ୍କର ଲାଞ୍ଚ ନେଇଥିବା ଅଭିଯୋଗ କରିଛି ସମିତି । ତେଣୁ ଏହିଭଳି କାର୍ଯ୍ୟକଳାପ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଉ ବୋଲି ଦାବି କରିଛି ସମିତି ।

ଏହି ସବୁ ପ୍ରସଙ୍ଗ ନେଇ ଆଜି ପଶ୍ଚିମ ଓଡିଶା କଲ୍ୟାଣ ସମିତି ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛି ସମିତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.