ETV Bharat / state

ଛଟେଇକୁ ବିରୋଧ କରି OSOU ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ - ମୁକ୍ତ ବିଶ୍ବବିଦ୍ଯାଳୟ

OSOU Outsourcing Employees: ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ ବା ଓଏସଓୟୁରେ ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ । ଆଉଟସୋର୍ସିଙ୍ଗ ବା ଠିକା କର୍ମଚାରୀମାନେ ଆଜି କାର୍ଯ୍ଯ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢ଼ନ୍ତୁ

ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ
ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ
author img

By ETV Bharat Odisha Team

Published : Jan 3, 2024, 10:19 PM IST

ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ

ସମ୍ବଲପୁର: ଓଡିଶା ରାଜ୍ଯ ମୁକ୍ତ ବିଶ୍ବବିଦ୍ଯାଳୟ ବା ଓଏସଓୟୁରେ ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ । ଆଉଟସୋର୍ସିଙ୍ଗ ବା ଠିକା କର୍ମଚାରୀମାନେ ଆଜି କାର୍ଯ୍ଯ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ମନମୂଖୀ କାର୍ଯ୍ଯକଳାପ ଓ କର୍ମଚାରୀ ଛଟେଇ କରୁଥିବା ଅଭିଯୋଗ ନେଇ ଠିକା କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଳାଇଛନ୍ତି । ବିନା କୌଣସି କାରଣରେ କୂଳପତି ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଓଏସଓୟୁରୁ ଛଟେଇ କରୁଥିବାର କର୍ମଚାରୀ ଅଭିଯୋଗ କରିଛନ୍ତି ।

ତେବେ ଏହି ମନମୂଖୀ କାର୍ଯ୍ଯକଳାପ ବନ୍ଦ ନହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କର୍ମଚାରୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ କହିଛନ୍ତି ଯେ, ସେମାନେ ସବୁ କାର୍ଯ୍ୟ ସୁଚାରୁ ରୂପେ କରି ଆସୁଥିଲେ । ଗୋଟିଏ ଦିନ କେତେକ କର୍ମଚାରୀଙ୍କ ପାଖକୁ ଟର୍ମିନେସନ ଲେଟର ଆସିଥିଲା । ଏହି ଲେଟର ପାଇବା ପରେ କର୍ମଚାରୀମାନେ କୂଳପତିଙ୍କୁ ଭେଟିବାକୁ ଚାହିଁଥିଲେ । କିନ୍ତୁ କୂଳପତିଙ୍କୁ ଭେଟି ପାରୁନଥିଲେ । 20 ଦିନ ପରେ କୂଳପତିଙ୍କୁ ଠିକା କର୍ମଚାରୀମାନେ ଭେଟିବାକୁ ସୁଯୋଗ ପାଇଥିଲେ । ସେତେବେଳେ କୂଳପତି କହିଥିଲେ ଯେ, ନୁଆ ଆଡ଼ମିସନ ହେଉନାହିଁ । ବହୁ ଆର୍ଥିକ ସମସ୍ୟା ଭିତରେ ମୁକ୍ତ ବିଶ୍ୱ ବିଦ୍ୟାଳୟ ଚାଲୁଛି । ତେଣୁ ଦରମା ଦେବାରେ ସମସ୍ୟା ହେଉଛି । ତେଣୁ ଏହିଭଳି ପଦକ୍ଷେପ ନିଆଯାଇଥିବା କୂଳପତି କହିଥିଲେ ବୋଲି ଆନ୍ଦୋଳନକାରୀ କର୍ମଚାରୀ କହିଛନ୍ତି l

ସୂଚନାଯୋଗ୍ୟ ଯେ, 2015 ମସିହାରେ ସମ୍ବଲପୁର ଠାରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ଖାଲି ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଏହା ନାକ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ଯାହା ଫଳରେ ଚଳିତ ବର୍ଷ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ UGC ଅନୁମତି ଦେଇନଥିଲା । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏହି ନିରନ୍ତର ଶିକ୍ଷା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନିଜସ୍ୱ କ୍ୟାମ୍ପସ ନଥିବାରୁ 2015 ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପରିସର ଭିତରେ ଏକ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ । ପ୍ରଥମେ ଏହା କେବଳ ସାର୍ଟିଫିକେଟ କୋର୍ସ ଦେଉଥିଲା । 2018 ମସିହାରେ ଏହାକୁ 5 ବର୍ଷ ପାଇଁ ୟୁଜିସି ମାନ୍ୟତା ମିଳିବା ପରେ ଏଠାରେ 11ଟି ସ୍ନାତକ ଓ 14ଟି ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଏଠାରେ ପାଠ ପଢିଲେ । ଏଠାରେ 83 ପ୍ରତିଶତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.....OSOU University: ଅନ୍ଧାରରେ ବିଶ୍ବବିଦ୍ୟାଳୟର ଭାଗ୍ୟ ଭବିଷ୍ୟତ !

ତେବେ ଏଠାରେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ନଥିବାରୁ ଚଳିତ ବର୍ଷ ଏହି ବିଶ୍ୱ ବିଦ୍ୟାଳୟକୁ ନାକ ମାନ୍ୟତା ମିଳିଲା ନାହିଁ । ଫଳରେ ଚଳିତ ଶିକ୍ଷାବର୍ଷ ପାଇଁ ନୁଆ ଗାଇଡ଼ଲାଇନ ଅନୁସାରେ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ୟୁଜିସି ପକ୍ଷରୁ ମିଳି ନାହିଁ । ଅନ୍ୟପଟେ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା 40 ଏକର ଜମିରେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଫଳରେ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀ ଏହି ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନରୁ ବଞ୍ଚିତ ରହିଛନ୍ତି । ଏହି ବିଶ୍ୱ ବିଦ୍ୟାଳୟରେ ନାକ ମାନ୍ୟତା ପାଇଁ 43ଟି ଶିକ୍ଷକ, 14ଟି ଅଣ ଶିକ୍ଷକ, 2ଟି ବିଭାଗୀୟ ଅଧିକାରୀ, 4ଟି ବରିଷ୍ଠ ସହାୟକ, 8 ଟି କନିଷ୍ଠ ସହାୟକ ପଦବୀର ଆବଶ୍ୟକତା ରହିଛି । ଏନେଇ ଗତ 2023 ଏପ୍ରିଲ 10 ତାରିଖରେ ଭୁବନେଶ୍ୱର ଲୋକସେବା ଭବନରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା । ଛାତ୍ର ସଂଖ୍ୟା, ପଦ ପଦବୀ ନେଇ ଆଲୋଚନା ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନନେବାରୁ ବିଶ୍ୱ ବିଦ୍ୟାଳୟର ଅବସ୍ଥା ଏମିତି ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରି ଆସୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.