ETV Bharat / state

Naba kishore Das Demise: ସିବିଆଇ ତଦନ୍ତ ଦାବି କଲେ ବିରୋଧି ଦଳ ନେତା ଜୟ ନାରାୟଣ

author img

By

Published : Jan 30, 2023, 12:12 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର। ଅଧିକ ପଢନ୍ତୁ

Etv Bharat
Etv Bharat
health minister death case

ସମ୍ବଲପୁର: ଏଏସଆଇଙ୍କ ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଆପୋଲ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ମାତ୍ର 61 ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଓଡ଼ିଶା ରାଜନୀତିର ଏହି ଟାଣୁଆ ନେତା । ତେବେ କେଉଁ କାରଣରୁ ତାଙ୍କୁ ଜଣେ ପୋଲିସ କର୍ମୀ ଗୁଳି ଚଳାଇଲେ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । କିନ୍ତୁ ପୋଲିସ କର୍ମୀଙ୍କ ଏପରି କାର୍ଯ୍ୟକୁ ନେଇ ତାରିଆଡେ ନିନ୍ଦା କରାଯାଉଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ଏଥି ସହ ପାଗଳ ବୋଲି କୁହାଯାଉଥିବା ଏଏସଆଇଙ୍କୁ କାହିଁକି ରିଭଲଭର ଦିଆଗଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ''ଓଡିଶା ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହନ୍ତ ହୋଇଛି । ତାଙ୍କୁ ଯେଉଁଭଳି ଭାବେ ହତ୍ୟା କରାଗଲା ଏଥିରେ ମୁଁ ମର୍ମାହତ । ତାଙ୍କର ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଜ୍ଞାପନ କରୁଛି । ତାଙ୍କ ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ।''

ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ, ''ବହୁ ଦିନ ପୂର୍ବରୁ ମୁଁ ମୋର ସାଙ୍ଗ ସାଥିମାନଙ୍କୁ କହିଥିଲି, ସେ ପୋଲିସକୁ ଗୋଟିଏ ପାଗଳ ଭାବେ ବିବେଚନା କରିବେ । ପୋଲିସ କର୍ମୀ ଜଣଙ୍କ ଯଦି ପାଗଳ ଥିଲେ ତାଙ୍କୁ କାହିଁକି ରିଭର୍ବଲ ଦିଆଯାଉଥିଲା, ଓ ତାଙ୍କୁ କାହିଁକି କାର୍ଯ୍ୟରେ ରଖାଯାଉଥିଲା ବୋଲି ପ୍ରଶ୍ନ କରିଥିଲେ । ଏସବୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି । ଏସବୁ ଦିଗରେ ତଦନ୍ତ କରିବାକୁ ମୁଁ ସିବିଆଇ ତଦନ୍ତ ଦାବି କରୁଛି ।''

ଗତକାଲି ଦିବଙ୍ଗତ ନେତାଙ୍କ ସମ୍ମାନାର୍ଥେ ରାଜ୍ୟରେ ତିନିଦିନିଆ ଶୋକ ପାଳନ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରବିବାରଠାରୁ 31 ତାରିଖ ପର୍ଯ୍ୟନ୍ତ ପାଳନ ହେବ ଶୋକ । ନବଙ୍କ ସମ୍ମାନରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଶେଷକୃତ୍ୟ ସ୍ଥଳରେ ବି ଅର୍ଦ୍ଧନମିତ ରହିବ ଜାତୀୟ ପତାକା ବୋଲି କୁହାଯାଇଥିଲା । ଆଜି(ସୋମବାର) ଝାରସୁଗୁଡାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଭଉବନେଶ୍ବର ସ୍ଥିତ ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଏଥିସହ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହାପରେ ଅନ୍ତିମ ଯାତ୍ରାରେ ବାହାରି ନବ ଦାସଙ୍କ ପାଥିବ ଶରୀର ଜନ୍ମ ଭୂମିରେ ପହଞ୍ଚିଛି। ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.