ETV Bharat / state

ସମ୍ବଲପୁରରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ - ଅଫିମ ଚାଷ

ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କେତେକ ଅଞ୍ଚଳ । ଅବକାରୀ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ୧୦ ହଜାର ଗଛ ନଷ୍ଟ କରାଯିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

opium cultivation in redhakhol subdivision

author img

By

Published : Mar 20, 2023, 7:47 AM IST

ସମ୍ବଲପୁରରେ ଚାଲିଛି ବେଆଇନ ଅଫିମ ଚାଷ

ସମ୍ବଲପୁର: ଗଞ୍ଜେଇ ପରେ ଏବେ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କେତେକ ଅଞ୍ଚଳ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଗତକାଲି ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକର ଗୋପାଳପୁର ଗାଁରେ ପ୍ରାୟ 40 ଡ଼ିସିମିଲ ଜମିରେ ବେଆଇନ ଭାବେ ହେଉଥିବା ଅଫିମ ଚାଷ ଠାବ କରିଛି । ଏଥିସହ ୧୦ ହଜାର ଅଫିମ ଗଛ ନଷ୍ଟ କରିବା ସହ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି l

ତେବେ ପୂର୍ବରୁ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର କେତେକ ଜଙ୍ଗଲ ତଥା ଉପାନ୍ତ ଅଞ୍ଚଳରେ ବେଧଡକ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ଗତ 2014 ପରେ ପରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ଉପରେ ରୋକ ଲାଗିଥିଲା l ହେଲେ ବର୍ତ୍ତମାନ ଏହି ଅଞ୍ଚଳରେ ଅଫିମ ଚାଷ ହେଉଥିବାର ଘଟଣା ଲୋକ ଲୋଚନକୁ ଆସିବା ପରେ ଉଭୟ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗର ନିଦ ହଜିଯାଇଛି ।

ଘଞ୍ଚ ଜଙ୍ଗଲ ଭିତରେ ନିଛାଟିଆ ସ୍ଥାନରେ ପ୍ରାୟ 40 ଡ଼ିସିମିଲ ଜମିରେ ହେଉଥିଲା ଅଫିମ ଚାଷ । ଏହାର ସୂଚନା ପାଇ ଜିଲ୍ଲା ଅବକାରୀ ବିଭାଗ ଓ ରେଢ଼ାଖୋଲ ପୋଲିସର ଟିମ ମିଳିତ ଭାବେ ଏହି ଅଞ୍ଚଳରେ ଚଢ଼ାଉ କରି ପ୍ରାୟ 10 ହଜାର ଗଛକୁ ନଷ୍ଟ କରିଛି । ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ପ୍ରାୟ 70 ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଅଶୋକ ସେଠ । ଏଥିସହ ଚଢ଼ାଉ ସମୟରେ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପ୍ରାଥମିକ ତଦନ୍ତ ଜାରି ରଖାଯାଇଛି ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡରେ କେତେକ ମାଫିଆ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏହି ଚାଷ କରିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏହାର କିଙ୍ଗପିନକୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । କେବଳ ଚାଷ ନୁହେଁ ଏଠାରେ ଅଫିମକୁ ପ୍ରୋସେସ ମଧ୍ୟ କରାଯାଉଥିଲା । ଏହି ସ୍ଥାନରୁ କିଛି ପ୍ରୋସେସ ଅଫିମ ମଧ୍ୟ ଜବତ କରାଯାଇଛି । ପ୍ରୋସେସ ଅଫିମ ମିଳିବା ଏହା ପଛରେ ଏକ ବଡ଼ ରାକେଟ ଥିବାର ପ୍ରମାଣିତ କରୁଛି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି l ତେବେ ବର୍ତ୍ତମାନ ଅବକାରୀ ବିଭାଗ ଏହାର ଚେର କେବଳ ରାଜ୍ୟ ବାହାରକୁ ଲମ୍ବିଛି ଅଥବା ଦେଶ ବାହାରକୁ ଲମ୍ବିଛି ସେନେଇ ମଧ୍ୟ ତଦନ୍ତ ଜାରି ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି l

ତେବେ ଏହା ଉପରେ ରୋକ ଲଗା ନଗଲେ ଏହା ଯୁବପିଢି ଉପରେ ବହୁତ ଖରାପ ପ୍ରଭାବ ପକାଇବ ବୋଲି ସମ୍ବଲପୁରରେ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ ରେଢ଼ାଖୋଲ ଓ ନାକଟିଦେଉଳ ଅଞ୍ଚଳର ପ୍ରାକୃତିକ ପରିବେଶ ଗଞ୍ଜେଇ ଓ ଅଫିମ ଚାଷ ପାଇଁ ସୁହାଇଥାଏ । ତେଣୁ ଏହି ଅଞ୍ଚଳରେ ରାଜ୍ୟ ବାହାରରେ ମାଫିଆ ମାନେ ସ୍ଥାନୀୟ ଲୋକଙ୍କୁ ଧରି ଗଞ୍ଜେଇ ଚାଷ କରି ଆସୁଥିବା ବେଳେ ବର୍ତ୍ତମାନ ଅଫିମ ଚାଷ ଉପରେ ଆଖି ପକେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.