ETV Bharat / state

ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ

ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ । ଘରୁ ନେଇ ହାଇଦ୍ରାବାଦରେ ନାବାଳିକାକୁ 2 ମାସ ବଳପୂର୍ବକ ରଖିଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Nov 19, 2021, 10:51 PM IST

ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ
ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର : ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ ଜିଲ୍ଲାର ନିଶା ଥାନା ଅନ୍ତର୍ଗତ ଝିଟିପାଲିର ପପୁନ ବେହେରା (23)। ଗତ ଜୁଲାଇ ୩ ତାରିଖରୁ ସେ ରେଙ୍ଗାଲି ଅଞ୍ଚଳର ଜଣେ 17 ବର୍ଷୀୟ ନାବାଳିକାକୁ ନେଇ ହାଇଦ୍ରାବାଦରେ ବଳପୂର୍ବକ ରଖି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ବାପା ଗତ ଜୁଲାଇ ମାସ ୫ ତାରିଖରେ ସମ୍ବଲପୁର ରେଙ୍ଗାଲି ଥାନା ଏତଲା ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିଲା। ତେବେ ନଭେମ୍ବର 17 ରେ ନାବାଳିକାଟି କୌଣସି ପ୍ରକାରେ ନିଜ ପରିବାର ଲୋକଙ୍କୁ ଫୋନ କଲ କରିଥିଲା । ପରେ ପରିବାର ଲୋକେ ଏନେଇ ରେଙ୍ଗାଲି ପୋଲିସକୁ ସୂଚନା ଦେଇଥିଲେ। ଏହା ସୂଚନା ପାଇବା ମାତ୍ରେ ପୋଲିସର ଏକ ଟିମ ନେଇ କରି ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା। ସେଠାରେ ସ୍ଥାନୀୟ ପୋଲିସ ଓ ଟେକନିକାଳ ଟିମର ସହାୟତାରେ ଅଭିଯୁକ୍ତକୁ ଗିରଫ କରି ସମ୍ବଲପୁର ଆଣି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ବିରୁଦ୍ଧରେ POCSO Act ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.