ETV Bharat / state

ସାଇବର ଠକେଇ: ବନକର୍ମଚାରୀଙ୍କ ଆକାଉଣ୍ଟରୁ 20 ହଜାର ଗାଏବ

ପୋଲିସ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ବାରମ୍ବାର ସାଇବର ଠକେଇ ରୋକିବାକୁ ବିଭିନ୍ନ ପ୍ରୟାସ ଜାରି ରହିଛି । ହେଲେ ସମ୍ବଲପୁରରେ ସାଇବର ଅପରାଧ ବଢିଚାଲିଛି । ଏଥିର ସହରର ଜଣେ ବନ ବିଭାଗ କର୍ମଚାରୀ 20 ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

cyber crime
ସାଇବର ଠକେଇ
author img

By

Published : Jan 31, 2020, 9:37 PM IST

ସମ୍ବଲପୁର: ବାରମ୍ବାର ସଚେତନତା ସତ୍ତ୍ୱେ ସହରରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ । ପୋଲିସ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ବାରମ୍ବାର ସାଇବର ଠକେଇ ରୋକିବାକୁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଜିଲ୍ଲାରେ ସାଇବର ଅପରାଧ ବଢିଚାଲିଛି । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ଶିକ୍ଷିତ ବର୍ଗର ଲୋକେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି । ଏଥର ସମ୍ବଲପୁରର ଜଣେ ବନ ବିଭାଗ କର୍ମଚାରୀ 20 ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି ।

ସାଇବର ଠକେଇ
ସମ୍ବଲପୁର ବନ ବିଭାଗର କର୍ମଚାରୀ ହେଉଛନ୍ତି ଅରୁଣ ନାଏକ । ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନଲାଇନରେ 20 ହଜାର 500 ଟଙ୍କା ଠକେଇ ହୋଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ଅରୁଣ ନିଜ ମୋବାଇଲ ଫୋନରେ ‘ଫୋନ ପେ’ ବ୍ୟବହାର କରୁଥିବାବେଳେ କିଛି ଦିନ ତଳେ ତାଙ୍କ ଫୋନକୁ ଏକ ଲିଙ୍କ ଆସିଥିଲା । ଏହାପରେ ଏକ ଅଜଣା ନମ୍ବରରେ ଜଣେ ବ୍ୟକ୍ତି ଫୋନ କରି ନିଜକୁ ‘ଫୋନ ପେ’ର ମ୍ୟାନେଜର ପରିଚୟ ଦେଇ ପୂର୍ବରୁ ଆସିଥିବା ସେହି ଲିଙ୍କକୁ ଖୋଲିବାକୁ କହି ଓଟିପି ମାଗିଥିଲା । ଏହାପରେ ଅରୁଣ ନିଜର ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ 20 ହଜାର 500 ଟଙ୍କା କଟିଯାଇଥିଲା । ଏହା ପରେ ଏନେଇ ସେ ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି ।ଏହି ଘଟଣା ନେଇ ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହାସହ ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ଲୋକେ ଅଧିକ ସଚେତନ ହେବା ଉଚିତ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବାରମ୍ବାର ସଚେତନତା ସତ୍ତ୍ୱେ ସମ୍ବଲପୁର ରେ ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ ଅପରାଧ। ପୋଲିସ ପ୍ରଶାସନ ଓ ବ୍ୟାଙ୍କ ମାନଙ୍କ ତରଫରୁ ବାରମ୍ବାର ସାଇବର ଠକେଇ ରୋକିବାକୁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ସମ୍ବଲପୁର ରେ ମଝି ମଝିରେ ସାଇବର ଠକେଇ ଅପରାଧ ସଂଗଠିତ ହେଉଛି। କେବଳ ସାଧାରଣ ଲୋକ ନୁହନ୍ତି ବରଂ ଶିକ୍ଷିତ ବର୍ଗର ଲୋକେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି।ଏଥର ସମ୍ବଲପୁର ର ଜଣେ ବନ ବିଭାଗର କର୍ମଚାରୀ 20 ହଜାର ଟଙ୍କାର ଠକେଇର ଶିକାର ହୋଇଛନ୍ତି ସାଇବର ଅପରାଧ ଦ୍ୱାରା।

Body:ସମ୍ବଲପୁର ଜିଲ୍ଲାର ବନ ବିଭାଗ ର କର୍ମଚାରୀ ହେଉଛନ୍ତି ଅରୁଣ ନାଏକ। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଅନଲାଇନ ରେ 20 ହଜାର 500 ଟଙ୍କା ଠକେଇ ହୋଇଥିବା ଧନୁପାଲି ଥାନାରେ ଅଭିଯୋଗ ହୋଇଛି। ଅରୁଣ ନିଜ ମୋବାଇଲ ଫୋନ ରେ ପେ ଫୋନ ବ୍ୟବହାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ ଫୋନ କୁ ଏକ ଲିଙ୍କ ଆସିଥିଲା।ଏହା ପରେ ଏକ ଅଜଣା ନମ୍ବର ଜଣେ ବ୍ୟକ୍ତି ଫୋନ କରି ନିଜକୁ ପେ ଫୋନ ର ମ୍ୟାନେଜର ପରିଚୟ ଦେଇ ପୂର୍ବରୁ ଆସିଥିବା ସେହି ଲିଙ୍କକୁ ଖୋଲିବାକୁ କହି ଓ ଟି ପି ମାଗିଥିଲେ। ଏହାପରେ ଅରୁଣ ନିଜର ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟ ରୁ 20 ହଜାର 500 ଟଙ୍କା କଟିଯାଇଥିଲା। ଏହା ପରେ ଏ ନେଇ ସେ ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି।

Conclusion:ଏହି ଘଟଣା ନେଇ ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ଅତିରିକ୍ତ
ଏସ ପି ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ଏହା ସହ ଏଭଳି ପରିସ୍ଥିତି ରୁ ବଞ୍ଚିବା ପାଇଁ ଲୋକେ ଅଧିକ ସଚେତନ ହେବା ଉଚିତ ବୋଲି ଅତିରିକ୍ତ ଏସପି କହିଛନ୍ତି।

ବାଇଟ-1- ଅରୁଣ ନାଏକ, ଠକେଇ ର ଶିକାର ହୋଇଥିବା ଯୁବକ।
ବାଇଟ-2-ପ୍ରଦୀପ କୁମାର ମହାପାତ୍ର, ଅତିରିକ୍ତ ଏସ ପି,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.