ETV Bharat / state

ଥମୁନି ହାତୀ ଉପଦ୍ରବ, ବଣୁଆ ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ - ରେଢ଼ାଖୋଲରେ ଥମୁନି ହାତୀ ଉପଦ୍ରବ

ବଣୁଆ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

old woman killed by elephant in rairakhol
ଥମୁନି ହାତୀ ଉପଦ୍ରବ, ବଣୁଆ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
author img

By

Published : Jul 29, 2022, 7:15 AM IST

ସମ୍ବଲପୁର: ଜିଲ୍ଲାରେ ଥମୁନି ହାତୀ-ମଣିଷ ଲଢ଼େଇ । ଶୌଚ ହେବାକୁ ଯାଇଥିବାବେଳେ ବଣୁଆ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ପଞ୍ଚାୟତ ଲୁବୁରୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ମୃତ ବୃଦ୍ଧା ଜଣକ ଲୁବୁରୀ ଗ୍ରାମର ମଥୁରୀ ଦେହୁରୀ ବୋଲି ଜଣାପଡ଼ିଛି ।

ଗୁରୁବାର ସନ୍ଧ୍ୟା 6ଟା ସମୟରେ ଘର ବାଡି ପଛକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧା ମହିଳା ଜଣକ ଏକ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ପୋଲିସର ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଗତ କିଛି ଦିନ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବାବେଳେ ବନ ବିଭାଗର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.