ETV Bharat / state

Paid Period Leave: କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଆ ଝିଅର ନିବେଦନ, ମହିଳାଙ୍କୁ ଦିଆଯାଉ ଋତୁସ୍ରାବ ଛୁଟି

author img

By

Published : May 28, 2022, 8:03 PM IST

ଋତୁସ୍ରାବ ସମୟରେ କାର୍ଯ୍ୟରତ ମହିଳାଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଛୁଟି ଦିଆଯାଉ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ନିବେଦନ କଲେ ସମ୍ବଲପୁରର ଝିଅ । ଅଧିକ ପଢନ୍ତୁ

କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଓଡିଆ ଝିଅର ନିବେଦନ, ଋତୁସ୍ରାବ ସମୟରେ ମହିଳାଙ୍କୁ ଦିଆଯାଉ ଗୋଟିଏ ଦିନ ଅବକାଶ

ସମ୍ବଲପୁର: ବିଶ୍ବ ଋତୁସ୍ରାବ ଦିବସରେ ସମ୍ବଲପୁର ଝିଅଙ୍କ ନିଆରା ପ୍ରୟାସ । ଏହିସବୁ ସମୟରେ କାର୍ଯ୍ୟରତ ମହିଳାଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଦରମା ସହ ଛୁଟି(paid period leave) ଦିଆଯାଉ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ନିବେଦନ କରିଛନ୍ତି । ଏନେଇ ଅନଲାଇନ ମାଧ୍ୟମରେ ଏକ ପିଟିସନ ଫାଇଲ କରିଛନ୍ତି ସମ୍ବଲପୁରର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ।

ମୁଖ୍ୟତଃ ଋତୁଶ୍ରାବ ସମୟରେ ମହିଳାମାନେ ବହୁତ କଷ୍ଟ ପାଇବା ସହ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେଣୁ ଗୋଟିଏ ଦିନ ଛୁଟି ମାଗିଛନ୍ତି ରଞ୍ଜିତା । ତେବେ ରଞ୍ଜିତା ସମ୍ବଲପୁର A.N. ଗୁହା ଲେନରେ ରହୁ ଥିବାବେଳେ ସେ ବର୍ତ୍ତମାନ ରାୟପୁରରେ ଆଇନ ପାଠ ପଢୁଛନ୍ତି । ମୁଖ୍ୟତଃ ଏହି ପ୍ରସଙ୍ଗ ନେଇ ସେ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଅନଲାଇନ ଜରିଆରେ ଏକ ଆବେଦନ କରିଛନ୍ତି ଏବଂ ସର୍ବ ଭାରତୀୟସ୍ତରରେ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଗୋଟିଏ ଦିନ ଛୁଟି ଦିଆଯାଉ ବୋଲି ଦାବି କରିଛନ୍ତି ।

ଏଥିସହ ଅନଲାଇନରେ ଏନେଇ ସେ Signature Campaign ଆରମ୍ଭ କରିଛନ୍ତି । ତେବେ ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ(World Menstrual Hygiene Day) । ଋତୁସ୍ରାବ ଏକ ପ୍ରାକୃତିକ ପର୍ଯ୍ୟାୟ ହୋଇଥିବାରୁ ମହିଳାମାନଙ୍କୁ ବିଶେଷ କରି ସ୍କୁଲରେ ପଢୁଥିବା ଝିଅମାନଙ୍କୁ ଏନେଇ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁରରୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.