ETV Bharat / state

ପ୍ରିନ୍ସପାଲଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - sambalpur

ବୁର୍ଲା ଭିମାସର ନର୍ସିଂ ସ୍କୁଲ ପ୍ରିନ୍ସିପାଲଙ୍କ ବଦଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 18, 2019, 9:09 PM IST

ସମ୍ବଲପୁର: ଜିଲ୍ଲାର ବୁର୍ଲା ଭିମାସର ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି ଅସନ୍ତୋଷ । ନର୍ସିଂ ସ୍କୁଲର ପ୍ରନ୍ସିପାଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା ସହ ଦୁର୍ବ୍ୟବହାର କରୁଛନ୍ତି, ଛାତ୍ରଛାତ୍ରୀଙ୍କୁ ମୋବାଇଲ ରିଚାର୍ଚ୍ଚ କରିବାକୁ କହିବା ସହ ସେମାନଙ୍କର ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ସହ ଶାଢ଼ୀ କିଣିବାକୁ କହୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ପ୍ରିନ୍ସପାଲଙ୍କୁ ବଦଳି କରିବାକୁ ଦାବି କରି ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏନେଇ ସହରରେ ଶୋଭାଯାତ୍ରା କରିବା ସହ ବୁର୍ଲା ମେଡିକାଲ ଅଧିକ୍ଷକ ଜୟଶ୍ରୀ ଦୋରାଙ୍କୁ ଭେଟିଛନ୍ତି । ତେବେ ଘଟଣାର ତଦନ୍ତ କରିବାକୁ ଏକ ଟିମ ଗଠନ କରାଯାଇଥିବା ସହ ତଦନ୍ତ ରିପୋର୍ଟ ଆସିଲେ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ଅଧିକ୍ଷକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ନର୍ସିଂ ସ୍କୁଲ ପ୍ରିନ୍ସପାଲ ସ୍ନେହଲତା ଓରାମ ସମସ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି । ସେ ସ୍କୁଲରେ ଶୃଙ୍ଖଳା ଆଣିବାକୁ ପଦକ୍ଷେପ ନେବାରୁ ତାଙ୍କୁ ବଦଳି କରିବାକୁ କିଛି ବାହାରିଆ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ଏହି ଆନ୍ଦୋଳନ କରୁଥିବା କହିଛନ୍ତି।

ସମ୍ବଲପୁରରୁ ବାଦସାହା ଜୁଷ୍ମନ ରଣା, ଇଟିଭି ଭାରତ

Intro: ସମ୍ବଲପୁର ବୁର୍ଲା ଭୀମସାର ନରସିଂ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ। ନର୍ସିଂ ସ୍କୁଲ ପ୍ରିନ୍ସପାଲ ଙ୍କ ବଦଳି ଦାବିରେ ଆଜି ଏହି ନର୍ସିଂ ସ୍କୁଲର ଛାତ୍ରଛାତ୍ରୀ ମାନେ ବୁର୍ଲା ସହରରେ ଶୋଭାଯାତ୍ରା କରିବା ସହ ବୁର୍ଲା ମେଡିକାଲ ଅଧୀକ୍ଷକ ଜୟଶ୍ରୀ ଦୋରା ଙ୍କୁ ଭେଟିଛନ୍ତି।

Body:ସମ୍ବଲପୁର ବୁର୍ଲା ଭିମାସର ନର୍ସିଂ ସ୍କୁଲ ଛାତ୍ରଛାତ୍ରୀ ନ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନର୍ସିଂ ସ୍କୁଲର ପ୍ରନ୍ସିପାଲ ଛାତ୍ରଛାତ୍ରୀ ନ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରି ଦୁର୍ବ୍ୟବହାର କରିବା, ଛାତ୍ରଛାତ୍ରୀ ଙ୍କୁ ମୋବାଇଲ ରିଚାର୍ଚ୍ଚ କରିବାକୁ କହିବା, ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଶାଢ଼ୀ କିଣିବାକୁ କହୁଥିବା ପରି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଏଥିପାଇଁ ପ୍ରିନ୍ସପଲ ଙ୍କୁ ବଦଳି କରିବାକୁ ଦାବି କରି ଆନ୍ଦୋଳନ କରୁଛନ୍ତି ଏହି ଛାତ୍ରଛାତ୍ରୀମାନେ।ଏପଟେ ଆଜି ଛାତ୍ରଛାତ୍ରୀ ମାନେ ଏହି ଆଭଯୋଗ ନେଇ ବୁର୍ଲା ଭୀମସାର ଅଧିକ୍ଷକ ଙ୍କୁ ଭେଟି ଆଲୋଚନା କରିଛନ୍ତି। ଏନେଇ ତଦନ୍ତ କରିବାକୁ ଏକ ଟିମ ଗଠନ କରାଯାଇଛି ଓ ତଦନ୍ତ ରିପୋର୍ଟ ଆସିଲେ ଉପରିସ୍ଥ ଅଧିକାରୀ ଙ୍କୁ ପଠାଯିବ ବୋଲି କହିଛନ୍ତି ଅଧିକ୍ଷକ।

Conclusion:ଅନ୍ୟପଟେ ନର୍ସିଂ ସ୍କୁଲ ପ୍ରିନ୍ସପଲ ସ୍ନେହଳତା ଓରାମ ସବୁ ଅଭିଯୋଗର ଖଣ୍ଡନ କରିବା ସହ ସ୍କୁଲରେ ଶୃଙ୍ଖଳା ଆଣିବାକୁ ପଦକ୍ଷେପ ନେବାରୁ ତାଙ୍କୁ ବଦଳି କରିବାକୁ କିଛି ବାହାରିଆ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ଏହି ଆନ୍ଦୋଳନ କରୁଥିବା କହିଛନ୍ତି।

ବାଇଟ-1-ସାବିତ୍ରୀ ବିଶ୍ଵାଳ, ଆନ୍ଦୋଳନ ରତ ଛାତ୍ରୀ।
ବାଇଟ-2-ଜୟଶ୍ରୀ ଦୋରା, ଅଧୀକ୍ଷକ, ବୁର୍ଲା ଭୀମସାର ମେଡିକାଲ।
ବାଇଟ-3-ସ୍ନେହଳତା ଓରାମ,ପ୍ରିନ୍ସପଲ, ଭୀମସାର ନର୍ସିଂ ସ୍କୁଲ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.