ETV Bharat / state

ନୂଆଁଖାଇ; ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରେ ପହଁଚିଲା ନୂଆ ଧାନ - sambalpur big festival nua khai

ଆଉ 2 ଦିନ ପରେ ନୂଆଁଖାଇ । ଏଥିପାଇଁ ପରମ୍ପରା ମୁତାବକ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରକୁ ପହଂଚିଛି ନୂଆଁଖାଇ ପାଇଁ ନୂଆ ଧାନ ଶସ୍ୟ । ସମ୍ବଲପୁର ବଲବସପୁର ଗାଁ ସୁବାଷ ବେହେରା ନିଜ କ୍ଷେତରୁ ନୂଆଁ କରି ଅମଳ ହୋଇଥିବା ଧାନଶସ୍ୟକୁ ବିଧି ପୂର୍ବକ ପୂଜାର୍ଚ୍ଚନା କରି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି ।

ନୂଆଁଖାଇ; ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରକୁ ପହଁଚିଲା ନୂଆଁ ଧାନ

author img

By

Published : Aug 20, 2020, 1:43 PM IST

Updated : Aug 20, 2020, 2:58 PM IST

ସମ୍ୱଲପୁର: ଆଉ 2 ଦିନ ପରେ ନୂଆଁଖାଇ । ଆସନ୍ତା 23 ତାରିଖ, ରବିବାର ସକାଳ 9 ଟା 35 ରୁ 9 ଟା 50 ମଧ୍ୟରେ ସମ୍ବଲପୁର ର ଇଷ୍ଟ ଦେବୀ ମା ସମଲେଇଙ୍କ ପାଖରେ ଲାଗିବ ନୂଆ ଚାଉଳର ଭୋଗ ।

ନୂଆଁଖାଇ; ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରକୁ ପହଁଚିଲା ନୂଆ ଧାନ

ଏଥିପାଇଁ ପରମ୍ପରା ମୁତାବକ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରକୁ ପହଞ୍ଚିଛି ନୂଆଁଖାଇ ପାଇଁ ନୂଆ ଧାନ ଶସ୍ୟ । ସମ୍ବଲପୁର ବଲବସପୁର ଗାଁ ସୁବାଷ ବେହେରା ନିଜ କ୍ଷେତରୁ ନୂଆ କରି ଅମଳ ହୋଇଥିବା ଧାନଶସ୍ୟକୁ ବିଧି ପୂର୍ବକ ପୂଜାର୍ଚ୍ଚନା କରି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି ।

ସମଲେଶ୍ୱରୀ ମନ୍ଦିର ମୁଖ୍ୟ ପୂଜକଙ୍କ ଘରକୁ ପହଁଚିଲା ନୂଆଁ ଧାନ

ବର୍ଷ ବର୍ଷ ଧରି ବଲବସପୁର ର ଏହି ବେହେରା ପରିବାର ସମଲେଶ୍ବରୀ ମନ୍ଦିର ଏହି ନୂଆ ଧାନ ଶସ୍ୟ ପ୍ରଦାନ କରିଆସୁଛନ୍ତି । କୋଭିଡ କଟକଣା ଯୋଗୁଁ ସରକାରୀ ନୀତି ନିୟମ ପାଳନ ପୂର୍ବକ ମା ସମଲେଶ୍ବରୀଙ୍କ ଠାରେ ନୂଆ ଭୋଗ ଲାଗିବ ବୋଲି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି ।

ସମ୍ୱଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

Last Updated : Aug 20, 2020, 2:58 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.