ETV Bharat / state

ନୂଆଁଖାଇରେ ମହକୁଛି ସମ୍ବଲପୁର - ସମଲେଶ୍ବରୀ

ବେଶ୍‌ ଧୁମଧାମରେ ଚାଲିଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ । ଛୁଆଠାରୁ ବୁଢା ପର୍ଯ୍ୟନ୍ତ ସଭିଏଁ ନୂଆଁଖାଇରେ ମସ୍‌ଗୁଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 3, 2019, 8:44 PM IST

ସମ୍ବଲପୁର: ବେଶ୍‌ ଧୁମଧାମରେ ଚାଲିଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଳନ । ଛୁଆଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ନୂଆଁଖାଇରେ ମସ୍‌ଗୁଲ । ଯିଏ ଯେଉଁଠି ବି ଥାଉ ନା କାହିଁକି ସଭିଏଁ ନୂଆଁଖାଇରେ ଆସି ପହଞ୍ଚିଛନ୍ତି ପରିବାର ଗହଣରେ । ଆଉ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ପରେ ଆରମ୍ଭ ହୋଇଛି ପର୍ବର ଆସର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ନୂଆଁଖାଇ ପାଇଁ ମଙ୍ଗଳବାର ସମଲେଶ୍ବରୀଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ସକାଳ 5ଟାରେ ସମଲେଶ୍ବରୀ ମନ୍ଦିର ଖୋଲା ଯିବା ପରେ ପୂଜକମାନେ ମା’ଙ୍କୁ ସ୍ନାନ କରାଇ ପିନ୍ଧାଇଥିଲେ ନୂଆ ପାଟ ବସ୍ତ୍ର । ଏହାପରେ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରୁ ନୂଆ ଚାଉଳର କ୍ଷୀରି, ପିଠା, ସାରୁ ଶାଗ ଓ ବିଭିନ୍ନ ପୂଜା ସାମଗ୍ରୀ ମନ୍ଦିରକୁ ଅଣାଯାଇଥିଲା । ପରେ ପରେ ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନ 10ଟା 05ରୁ 10ଟା 20 ଭିତରେ ମା’ଙ୍କଠାରେ ନବାନ୍ନ ଲାଗି ହେବା ସହ ପାର୍ଶ୍ବ ଦେବା ଦେବୀଙ୍କ ପାଖରେ ମଧ୍ୟ ଲାଗି ହୋଇଥିଲା ନବାନ୍ନ ।

ମନ୍ଦିରରେ ମା’ଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ ଘରେ ଆରମ୍ଭ ହୋଇଥିଲା ନୂଆଁଖାଇ ଓ ଜୁହାର ଭେଟି । ପରସ୍ପରକୁ ନୂଆ ଚାଉଳ କ୍ଷୀରି ଖୁଆଇବା ସହ ସାନମାନେ ବଡମାନଙ୍କଠାରୁ ନେଇଥିଲେ ଆଶିର୍ବାଦ । ଯାହାକୁ ଜୁହାର ଭେଟି ବୋଲି କୁହାଯାଇଥାଏ ।

ନୂଆଁଖାଇ ପର୍ବରେ ଘରେ ଘରେ ପିଠା ପଣା ତିଆରି ହେବା ସହ ଜମିଥିଲା ଉତ୍ସବର ମାହୋଲ । ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୁଆଁ ଖାଇଥିଲେ ଓ ବାଣ୍ଟିଥିଲେ ଖୁସିର ମୂହୂର୍ତ୍ତ। ତେବେ ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ପର୍ବ ସାମାଜିକ, ପରିବାରିକ ଓ ଆଧ୍ୟାତ୍ମିକ ଦର୍ଶନର ବାହକ ଅଟେ, ଏଥିରେ ଅତ୍ୟୁକ୍ତି ନାହିଁ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.