ETV Bharat / state

ହୋଇପାରିଲାନି ରୋଷେଇ, ଗୋଟିଏ ଦିନ ଉପାସ ରହିଲେ କୁଷ୍ଠାଶ୍ରମ ଅନ୍ତେବାସୀ

author img

By

Published : Dec 11, 2020, 8:14 PM IST

ଗୋଟିଏ ଦିନ ଉପାସରେ ରହିଲେ ସମ୍ବଲପୁର ହାତୀବାରି କୁଷ୍ଠାଶ୍ରମର ଅନ୍ତେବାସୀ। ରୋଷେୟା ନ ଆସିବାରୁ ୧୫୭ ଜଣ ଅନ୍ତେବାସୀ ରୋଷେଇ ଘର ସମ୍ମୁଖରେ ଦିନଯାକ ଉପାସ ରହିଥିବା ଅଭିଯୋଗ ହୋଇଛି ।

ଗୋଟିଏ ଦିନ ଉପାସ ରହିଲେ ଅନ୍ତେବାସୀ।
ଗୋଟିଏ ଦିନ ଉପାସ ରହିଲେ ଅନ୍ତେବାସୀ।

ସମ୍ବଲପୁର: ରୋଷେୟା ନଥିବାରୁ ହୋଇପାରିଲାନି ରୋଷେଇ । ଆଉ ଗୋଟିଏ ଦିନ ଉପାସରେ ରହିଲେ ସମ୍ବଲପୁର ହାତୀବାରି କୁଷ୍ଠାଶ୍ରମର ଅନ୍ତେବାସୀ। ରୋଷେୟା ନସିବାରୁ ୧୫୭ ଜଣ ଅନ୍ତେବାସୀ ରୋଷେଇ ଘର ସମ୍ମୁଖରେ ଦିନଯାକ ଉପାସ ରହିଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ହାତିବାରୀ କୃଷ୍ଠାଶ୍ରମରୁ ଏଭଳି ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି।

ଉପାସ ରହିଲେ କୁଷ୍ଠାଶ୍ରମ ଅନ୍ତେବାସୀ

ଏହି କୃଷ୍ଠାଶ୍ରମରେ ବୁଧବାର ରାତ୍ରି ଭୋଜନ , ଗୁରୁବାର ସକାଳ ଜଳଖିଆ ଓ ମଧ୍ୟହ୍ନ ଭୋଜନ ଦିଆଯାଇନାହିଁ ବୋଲି ଅନ୍ତେବାସୀ କହିଛନ୍ତି। ଏଠାକୁ କର୍ମଚାରୀମାନେ ଠିକ୍ ସମୟରେ ଆସୁନାହାନ୍ତି ଓ କାମ ମଧ୍ୟ ଠିକ୍ ସେ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅନ୍ତେବାସୀ ।

ଏହାସହ ଏଠାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ମଧ୍ୟ ଲାଗି ରହୁଛି ବୋଲି ଅଭିଯୋଗ ମଧ୍ୟ ହୋଇଛି। ପୂର୍ବରୁ ଏଠାରେ ୨ ଜଣ ରୋଷେୟା ଥିବାବେଳେ ତାଙ୍କୁ୍ ୫ ଜଣ ଅନ୍ତେବାସୀ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲେ।

ତେବେ କିଛିଦିନ ହେଲା କେଵଳ ଜଣେ ରୋଷେୟା କାର୍ଯ୍ୟ କରି ଆସୁଥିଲେ। ଏଭଳି ପରିସ୍ଥିତିରେ ଗତ କିଛିଦିନ ହେଲା କିଛିଟା ଅବ୍ୟବସ୍ଥା ହୋଇଥିବା ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲ କହିଛନ୍ତି।

ତେବେ ଏହି ଖବର ମିଳିବା ପରେ ଏଡିଏମଓ ଅଶୋକ ଦାସ ଓ ଯୁଜୁମୁରା ବିଡ଼ିଓ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ଅନ୍ତେବାସୀଙ୍କ ସହାୟତାରେ ରୋଷେଇ କାର୍ଯ୍ୟ ଚାଲିଛି। ଆଗାମୀ କିଛିଦିନ ମଧ୍ୟରେ ରୋଷେୟା ବ୍ୟବସ୍ଥା ମଧ୍ୟ ହୋଇଯିବ ବୋଲି ସିଡିଏମଓ ଶଶୀଭୂଷଣ ପଟେଲ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.