ETV Bharat / state

ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

author img

By

Published : Apr 6, 2021, 10:27 AM IST

ଗତ ସୋମବାରଠାରୁ ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ
ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

ସମ୍ବଲପୁର: ଜିଲ୍ଲାରେ ଗତ ସୋମବାର ରାତି 10ଟାରୁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ବିଭିନ୍ନ ଛକସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ଏସପି ବାତୁଲା ଗଙ୍ଗାଧର ନିଜେ ନାଇଟ କର୍ଫ୍ୟୁର ତଦାରଖ କରିଛନ୍ତି ।

ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ

ଜିଲ୍ଲାରେ ରାତି 10ଟାରୁ ଭୋର 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ସୋମବାର ରାତିରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ନିଜେ ନାଇଟ କର୍ଫ୍ୟୁର ତଦାରଖ କରିଛନ୍ତି । ସମ୍ବଲପୁରର ବିଭିନ୍ନ ଛକ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଏହି କର୍ଫ୍ୟୁରୁ ବାଦ ଦିଆଯାଇଛି । ସୋମବାର 10 ଟା ପୂର୍ବରୁ ସମ୍ବଲପୁରର ସବୁ ଦୋକାନ ବଜାର ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଦେଖାଯାଇଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ ନିୟମକୁ କଡାକଡି ଲାଗୁ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସମ୍ବଲପୁର ସମେତ ୯ ଟି ଜିଲ୍ଳାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ସମ୍ବଲପୁରର ସବୁ ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.