ETV Bharat / state

ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ - ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ

କାନ୍ଥ ଫାଟି ଆଁ କରିଛି । ଛାତର ଅବସ୍ଥା ବି ଅତି ଶୋଚନୀୟ । ସେଇ ଗୋଟିଏ ଘରେ ଖାଇବା, ପିଇବା ଆଉ ଶୋଇବା । ବର୍ଷା ହେଲା ତ କଥା ସରିଲା । ଏପରିକି ଯେ କୌଣସି ମୂହୁର୍ତ୍ତରେ ଘର ଭାଙ୍ଗି ଯିବାର ବି ସମ୍ଭାବନା ରହିଛି । ଏହା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ସମ୍ବଲପୁର ମହାନଗର ନିଗମରୁ ମାତ୍ର 5 କିମି ଦୂରର ଦୃଶ୍ୟ । ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଭଦ୍ରା ଗ୍ରାମର ବାସନ୍ତୀ ପ୍ରଧାନ ।

ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ

author img

By

Published : Jul 6, 2020, 2:05 PM IST

ସମ୍ବଲପୁର: ଭଙ୍ଗା ଦଦରା ଘରେ କଟୁଛି ଜୀବନ । କାନ୍ଥ ଫାଟି ଆଁ କରିଛି । ସେପଟେ ଛାତରୁ ପାଣି ଗଳୁଛି । ସେଇ ଗୋଟିଏ ଘରେ ଖାଇବା ଓ ଶୋଇବା । ଘରର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଯେକୌଣସି ମୂହୂର୍ତ୍ତରେ ଭାଙ୍ଗି ଯିବାର ବି ସମ୍ଭାବନା ରହିଛି । ଏହା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ସମ୍ବଲପୁର ମହାନଗର ନିଗମରୁ ମାତ୍ର 5 କିମି ଦୂର 36 ନମ୍ବର ୱାର୍ଡ ଭତ୍ରା ଗାଁ ର ସପନେଶ୍ବର ନଗରର ଦୃଶ୍ୟ ।

ଭଙ୍ଗା ଦଦରା ଘରେ ବିତୁଛି ଅସହାୟ ମହିଳାଙ୍କ ଜୀବନ

ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ଦଉଡି ଦଉଡି ନୟାନ୍ତ । ହେଲେ ଆଜି ଯାଏଁ ଘର ଖଣ୍ଡେ ପାଇ ପାରିଲେ ନାହିଁ ଅସହାୟ ମହିଳା ବାସନ୍ତୀ ପ୍ରଧାନ । ଫଳରେ ଏପରି ବିପଦ ଜନକ ଅବସ୍ଥାରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ।

ବାସନ୍ତୀଙ୍କ ସ୍ବାମୀ ବିଗତ 6 ବର୍ଷ ହେଲା ସନ୍ୟାସ ନେଇ କୁଆଡେ ଚାଲି ଯାଇଛନ୍ତି। ଗୋଟିଏ ପୁଅ ଥିବାବେଳେ ସେ ବି 7 ବର୍ଷ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆଉ ଝିଅର ବିବାହ ସରିଛି । ଫଳରେ ଏକା ଏକା ଅତି ଅସହାୟ ଅବସ୍ଥାରେ ଏହି ଭଙ୍ଗା ଦଦରା ଘରେ ନିଜ ଜୀବନକୁ ବିପଦରେ ପକାଇ ରହିବାକୁ ବାଧ୍ୟ ହେଉଛନ୍ତି। ଆଖପାଖର ପଡିଶା ଲୋକ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରି କରି ଥକି ଗଲେଣି । ଏନେଇ ଆମେ ସମ୍ବଲପୁର ମହାନଗର ନିଗମର କର୍ତ୍ତୃପକ୍ଷଙ୍କ ସହ ଏହି ସମସ୍ୟା ନେଇ ଆଲୋଚନା କରିଥିଲୁ। ତେବେ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଗୋଟିଏ ମାସ ମଧ୍ୟରେ ବାସନ୍ତୀଙ୍କୁ ପାଇଁ ସରକାରୀ ଯୋଜନରେ ଅନ୍ତର୍ଭୁକ୍ତ କରାଯାଇ ଘର ତିଆରି କାର୍ଯ୍ୟ ଆରମ୍ଭ ହେବ।

ସେପଟେ ପୁଣି ବର୍ଷା ଦିନ ଆରମ୍ଭ ହୋଇଗଲାଣି । ଯଥା ଶୀଘ୍ର ବାସନ୍ତୀଙ୍କ ପାଇଁ ଘରଟିଏ ନହେଲେ ଏହି ଘରଟି ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ସମ୍ଭାବନାକୁ ଏଡେଇ ଦିଆଯାଇପାରିବ ନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.