ETV Bharat / state

ସମ୍ବଲପୁର ଲୋକ ମହୋତ୍ସବକୁ ଜାତୀୟ ସ୍ୱୀକୃତି ମାନ୍ୟତା ଦାବି

author img

By ETV Bharat Odisha Team

Published : Dec 17, 2023, 7:27 AM IST

Sambalpur Lok Mahotsav demand: ଆସନ୍ତା ଜାନୁଆରୀ ମାସରେ ଆୟୋଜିତ ହେବ ସମ୍ବଲପୁର ଲୋକ ମହୋତ୍ସବ । ଜାତୀୟ ସ୍ତରୀୟ ମାନ୍ୟତା ପାଇଁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଲୋକ ମହୋତ୍ସବକୁ ଜାତୀୟ ସ୍ୱୀକୃତି ମାନ୍ୟତା ଦାବି
ସମ୍ବଲପୁର ଲୋକ ମହୋତ୍ସବକୁ ଜାତୀୟ ସ୍ୱୀକୃତି ମାନ୍ୟତା ଦାବି
ସମ୍ବଲପୁର ଲୋକ ମହୋତ୍ସବକୁ ଜାତୀୟ ସ୍ୱୀକୃତି ମାନ୍ୟତା ଦାବି

ସମ୍ବଲପୁର: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁର ଜିଲ୍ଲା ଲୋକ ମହୋତ୍ସବ । ବର୍ତ୍ତମାନ ଏହି ଲୋକ ମହୋତ୍ସବକୁ ଜାତୀୟ ମାନ୍ୟତା ଦେବାକୁ ଦାବି ଉଠିଛି l ଏହି ମହୋତ୍ସବରେ କୌଣସି ଆଧୁନିକ ରେକର୍ଡ ଡ୍ୟାନ୍ସକୁ ମଞ୍ଚ ପ୍ରଦାନ କରାଯାଏନାହିଁ l ଏହାକୁ ମୁଖ୍ୟତଃ ରାଜ୍ୟ ତଥା ରାଜ୍ୟ ବାହାରର ବିଲୁପ୍ତ ହେଉଥିବା ପାରମ୍ପରିକ ଲୋକ କଳା ଓ କଳାକାରଙ୍କୁ ଏକ ମଞ୍ଚ ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା l ସେହିଦିନଠାରୁ ଏହି ଲୋକ ମହୋତ୍ସବ କେବଳ ପାରମ୍ପରିକ ଲୋକ କଳା ଓ କଳାକାରଙ୍କୁ ମଞ୍ଚ ଯୋଗାଇ ସେମାନଙ୍କୁ ପରିଚୟ ଦେବା ସହ ସେମାନଙ୍କୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ନିଭେଇ ଆସୁଛି l ପ୍ରତ୍ୟେକ ବର୍ଷ ଏଥିରେ ନିଜ କଳା ପ୍ରଦର୍ଶନ ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ କଳାକାର ଆସିଥାନ୍ତି l

ସୂଚନାଯୋଗ୍ୟ ଯେ 1997 ମସିହାରେ ରାଜ୍ୟର ସମ୍ବଲପୁର ଜିଲ୍ଲାରେ ପ୍ରଥମେ ଆରମ୍ଭ ହୋଇଥିଲା ଲୋକ ମହୋତ୍ସବ l ଏହା ପରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ବିଭିନ୍ନ ନାଁ ରେ ଏହି ଲୋକ ମହୋତ୍ସବ ଆରମ୍ଭ ହୋଇଥିଲା l ତେଣୁ ରାଜ୍ୟର ସବୁଠାରୁ ପୁରାତନ ଲୋକ ମହୋତ୍ସବ ଭାବରେ ପରିଚିତ ସମ୍ବଲପୁର ଜିଲ୍ଲାର "ସମ୍ବଲପୁର ଲୋକ ମହୋତ୍ସବ" l ଏବେ ଏହାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି । ଗତ ଶନିବାର ସମ୍ବଲପୁର ଲୋକ ମହୋତ୍ସବ 2024 କମିଟି ପକ୍ଷରୁ ଏହି ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି l

ଏହା ମଧ୍ୟ ପଢନ୍ତୁ ... ଚଇତି ମହୋତ୍ସବରେ ଦୁଲିକିଲା ମୁନିଗୁଡ଼ା

ଚଳିତ ସମ୍ବଲପୁର ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ଭୋଲା ମହତ୍ତମ ଓ ବିଭିନ୍ନ ଉପସମିତିର ଆବାହକମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ମିଳିତ ଭାବରେ ଏକ ଶୋଭାଯାତ୍ରା କରି ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ବହୁବର୍ଷ ପୁରୁଣା ଦାବିକୁ ପୁଣି ଥରେ ଦୃଢ଼ ଭାବରେ ଦୋହରା ଯାଇଛି l ଉତ୍ତରାଞ୍ଚଳ ଆରଡିସିଙ୍କ ମାଧ୍ୟମରେ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇ 1997 ମସିହାରୁ ଆରମ୍ଭ ହୋଇଥିବା ସମ୍ବଲପୁର ଲୋକ ମହୋତ୍ସବକୁ ଜାତୀୟ ସ୍ତରୀୟ ମାନ୍ୟତା ମିଳିଲେ ଏହି ଅଞ୍ଚଳର କଳା ସଂସ୍କୃତି ସହ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନରେ ମଧ୍ୟ ଅଧିକ ବିକାଶ ହୋଇପାରିବ ବୋଲି କମିଟି ପକ୍ଷରୁ କୁହାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.