ETV Bharat / state

6 ବର୍ଷ ପୂର୍ବରୁ ମିଳିଛି ମହାନଗର ମାନ୍ୟତା, ସମ୍ବଲପୁରରେ ହୋଇପାରୁନି ପୌର ନିର୍ବାଚନ

2014 ରୁ ସମ୍ବଲପୁର ସହର ମହାନଗର ମାନ୍ୟତା ପାଇଛି । ଆଉ ଏହି ମାନ୍ୟତା ପାଇଲା ପରେ ସର୍ବାଧିକ ଖୁସି ହୋଇଥିଲେ ସମ୍ବଲପୁର ସହରବାସୀ । କାରଣ ଏହା ଦ୍ବାରା ପାଣ୍ଠି ଆସିବ ଓ ବିକାଶ ପକ୍ରିୟା ତ୍ବରାନିତ ହେବ ବୋଲି ବାନ୍ଧିଥିଲେ ଆଶା । କିନ୍ତୁ 6 ବର୍ଷ ହେଲା ଏହି ଆଶା କେବଳ ଆଶାରେ ହିଁ ଅଟକି ଯାଇଛି । କାରଣ ଏଠାରେ ହେବାକୁ ଥିବା ପୌର ନିର୍ବାଚନ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ଅଟକି ଯାଇଛି । ଅଧିକ ପଢନ୍ତୁ..

author img

By

Published : Sep 19, 2020, 10:00 PM IST

6 ବର୍ଷ ପୂର୍ବରୁ ସମ୍ବଲପୁର ପାଇଲାଣି ମହାନଗର ମାନ୍ୟତା, କିନ୍ତୁ ହୋଇପାରୁନି ପୌର ନିର୍ବାଚନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସାଂସ୍କୃତିକ, ଐତିହାସିକ ଓ ବୈଷୟିକ ପ୍ରାଣକେନ୍ଦ୍ର ହେଉଛି ସମ୍ବଲପୁର । ବର୍ଷ 2014 ରୁ ସମ୍ବଲପୁର ସହର ମହାନଗର ମାନ୍ୟତା ପାଇଛି । ଆଉ ଏହି ମାନ୍ୟତା ପାଇଲା ପରେ ସର୍ବାଧିକ ଖୁସି ହୋଇଥିଲେ ସମ୍ବଲପୁର ସହରବାସୀ । କାରଣ ଏହା ଦ୍ବାରା ପାଣ୍ଠି ଆସିବ ଓ ବିକାଶ ପକ୍ରିୟା ତ୍ବରାନିତ ହେବ ବୋଲି ବାନ୍ଧିଥିଲେ ଆଶା । କିନ୍ତୁ 6 ବର୍ଷ ହେଲା ଏହି ଆଶା କେବଳ ଆଶାରେ ହିଁ ଅଟକି ଯାଇଛି । କାରଣ ଏଠାରେ ହେବାକୁ ଥିବା ପୌର ନିର୍ବାଚନ ନ୍ୟାୟିକ ପ୍ରକ୍ରିୟା ଯୋଗୁଁ ଅଟକି ଯାଇଛି ।

ସମଗ୍ର ପଶିମ ଓଡିଶା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପର୍ଯ୍ୟଟନ ଓ ପ୍ରଶାସନିକ ତଥା ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ବହନ କରେ ସମ୍ବଲପୁର । ଏହି ମହାନଗର ନିଗମ ଅଧୀନରେ ରହିଛି ସମ୍ବଲପୁର ସହର, ବୁର୍ଲା, ହୀରାକୁଦ ଓ ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର 12 ଟି ପଞ୍ଚାୟତ। ୱାର୍ଡ ସଂଖ୍ୟା 41 ହୋଇଥିବାବେଳେ ଜନସଂଖ୍ୟା ପାଖା ପାଖି ସାଢ଼େ 3 ଲକ୍ଷ। ତେବେ ସବୁଠାରୁ ବଡ଼ କଥା ହେଲା ଦୀର୍ଘ 6 ବର୍ଷ ହେଲା ମହାନଗର ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ ହୋଇପାରିନି ପୌର ନିର୍ବାଚନ । ଫଳରେ ପମ୍ପଚର ହୋଇଯାଇଛି ବିକାଶ ରଥ । ସେପଟେ ଜନ ପ୍ରତିନିଧି ନଥିବାରୁ ଏଠାରେ ଅଫିସର ରାଜ ଚାଲିଛି ଓ ସେମାନେ ମନ ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ନାଉରୀ ନାଏକ ।

2015 ଜାନୁୟାରୀ 15 ତାରିଖରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତରଫରୁ ସମ୍ବଲପୁର ମହାନଗରର ପୌର ନିର୍ବାଚନ ପାଇଁ 41 ୱାର୍ଡର ପୁନର୍ଗଠନ ଓ ସିଟ ସଂରକ୍ଷଣ ପାଇଁ ଗେଜେଟ ନୋଟିଫିକେସନ ଜାରି କରିଥିଲେ। ଏହା ପରେ ଫେବୃଆରୀ 2015ରେ ଏହାର ଫାଇନାଲ ଲିଷ୍ଟ ଜାରି ହୋଇଥିଲା । ତେବେ ବୁର୍ଲା ସହରର 5 ଟି ୱାର୍ଡର ପୁନର୍ଗଠନ ଓ ସିଟ ସଂରକ୍ଷଣ ଭଲ ଭାବେ ହୋଇନଥିବା ଅଭିଯୋଗ କରି ବୁର୍ଲା CWC ର ଅବସର ପ୍ରାପ୍ତ କର୍ମଚାରୀ ଅଜୟ ମହାନ୍ତି ହାଇକୋର୍ଟରେ ଏକ ପିଟିସନ ଫାଇଲ କରିଥିଲେ। ପରେ ଏପ୍ରିଲ 3 ,2015 ରେ ହାଇକୋର୍ଟ ସମ୍ବଲପୁର ମହାନଗର ନିଗମ ପୌର ନିର୍ବାଚନ ଉପରେ ରୋକ ଲଗାଇଦେଲେ । ଏହା ପରେ ଆଜି ପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ବିଚାର ଧୀନ ରହିଛି ହେଲେ ରାୟ ପ୍ରକାଶ ପାଇପାରୁନାହିଁ ।

ଗଣତନ୍ତ୍ରରେ ନିର୍ବାଚନର ଭୂମିକା ରହିଥାଏ ବହୁ ଗୁରୁତ୍ବପୂର୍ଣ୍ଣ । ଲୋକ ପ୍ରତିନିଧି ହିଁ ଭାଗୀଦାର ହୋଇଥାଏ ଲୋକଙ୍କ ସମସ୍ୟା ବୁଝିବାରେ । କିନ୍ତୁ ନ୍ୟାୟ ତନ୍ତ୍ରର ବ୍ୟବସ୍ଥାରୁ ବାଦ ପଡିଥିବା ସମ୍ବଲପୁରକୁ କେବେ ମିଳୁଛି ଲୋକ ପ୍ରତିନିଧି, ଆଉ କେବେ ଗଡୁଛି ବିକାଶର ରଥ, କେବଳ ଦେଖିବାକୁ ବାକି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.