ETV Bharat / state

ବରଗଡ଼ ହାଜତ ମୃତ୍ୟୁ ଘଟଣା: ସୁରେଶ ପୂଜାରୀଙ୍କ CBI ତଦନ୍ତ ଦାବି

ବରଗଡ଼ ଜିଲ୍ଲାର ତୋରା ଅଞ୍ଚଳର ଜଣେ ଯୁବକ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାରେ CBI ତଦନ୍ତ ଦାବି କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଅଧିକ ପଢ଼ନ୍ତୁ...

ବରଗଡ଼ ହାଜତ ମୃତ୍ୟୁ ଘଟଣା: ସୁରେଶ ପୂଜାରୀଙ୍କ CBI ତଦନ୍ତ ଦାବି
ବରଗଡ଼ ହାଜତ ମୃତ୍ୟୁ ଘଟଣା: ସୁରେଶ ପୂଜାରୀଙ୍କ CBI ତଦନ୍ତ ଦାବି
author img

By

Published : Sep 30, 2021, 5:19 PM IST

ସମ୍ବଲପୁର: ନିକଟରେ ବରଗଡ଼ ଜିଲ୍ଲାର ତୋରା ଅଞ୍ଚଳର ଜଣେ ଯୁବକ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଏନେଇ ଗୁରୁବାର ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ RDCଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ।

ବରଗଡ଼ ହାଜତ ମୃତ୍ୟୁ ଘଟଣା: ସୁରେଶ ପୂଜାରୀଙ୍କ CBI ତଦନ୍ତ ଦାବି
ବରଗଡ଼ରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ମାଡ଼ ମାରି ହତ୍ୟା କରିଥିବା ଜଣାପଡ଼ିଛି ବୋଲି ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ସମସ୍ତ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀ ଯେଉଁମାନେ ଗୋବିନ୍ଦଙ୍କୁ ଘରୁ ଉଠାଇ ଆଣିଥିଲେ, ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିବାକୁ ଦାବି ହୋଇଛି ।

ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ମାମଲା ରୁଜ୍ଜୁ ହୋଇନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରଗଡ଼ ସାଂସଦ । ଏହାସହ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ବରଗଡ଼ ସାଂସଦ । ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଅଧିକାରୀ ପୂର୍ବରୁ ମାଖନୁ ବାଗ୍‌ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏଥିପାଇଁ ଏହି ଘଟଣାର CBI ତଦନ୍ତ ଦାବି କରିଛି ବିଜେପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.