ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ। ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ । ଦୁଇ ମୃତକ ହେଉଛନ୍ତି ଜୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା ।
ମିଳିଥିବା ସୂଚନା ଅନୁୟାୟୀ, ଆଜି ସକାଳ ସମୟରେ ଘର ଭିତରେ ମାଆ ଜୋତ୍ସ୍ନାରାଣୀ ଓ ପୁଅ ତାଙ୍କ ପୁଅ ସୁଧୀର ପଣ୍ଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଘରର ସହାୟିକା । ଏନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ସ୍ଥିତିରୁ ଉଭୟ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି, କିନ୍ତୁ ପ୍ରକୃତ କାରଣ ଜଣାପଡ଼ିନି । ଯଦି ଉଭୟ ଆତ୍ମହତ୍ୟା କରିଛନ୍ତି ତେବେ ଏହା ପଛର କାରଣ କଣ, କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ମାଆ ପୁଅ ସେ ଦିଗରେ ତଦନ୍ତ କରିବ ପୋଲିସ ।
ଏହା ମଧ୍ୟ ପଢନ୍ତୁ-ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଘରର ସହାୟିକା କହିଛନ୍ତି,"ମୁଁ ସକାଳେ ଆସି ଘର ଭିତରେ ମାଉସି ଓ ଦାଦାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲି। ଘରର କବାଟ ଭିତରପଟୁ ବନ୍ଦ ଥିଲା । ମୁଁ କବାଟ ଖୋଲିଥିଲି । ଦୁଇ ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଫୋନ କରି ପୋଲିସକୁ ଜଣାଇଥିଲି । ପୂର୍ବରୁ ମାଉସୀଙ୍କ ସାନ ପୁଅର ମୃତ୍ୟୁ ହୋଇଥିଲା ।"
ଏହା ମଧ୍ୟ ପଢନ୍ତୁ-ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
ଏନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ମାଆ ପୁଅ ଦୁଇ ଜଣଙ୍କ ଝୁଲନ୍ତା ମୃୃତଦେହ ଉଦ୍ଧାର ହୋଇଥିବା ଖବର ପାଇଥିଲୁ । ଏହାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛୁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତ ମହିଳା ଶିକ୍ଷୟିତ୍ରୀ ଓ ଏକ ବର୍ଷ ହେଲା ତାଙ୍କ ସାନ ପୁଅର ମୃତ୍ୟୁ ହେଉଥିଲା, ତେଣୁ ସେ ଡିପ୍ରେସନରେ ରହୁଥିଲେ। ସେ ବାହର ଲୋକଙ୍କ ସହ ମିଶୁନଥିଲେ। ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତାଙ୍କର ଘର କେଉଁଠି ଜଣା ପଡିନାହିଁ । ମହିଳାଙ୍କ ପୁଅ ବିବାହିତ । ଅନେକ ସମୟରେ ତାଙ୍କର ବୋହୂ ଏଠାକୁ ଯିବା ଆସିବା କରନ୍ତି ।
ଇଟିଭି ଭାରତ, ସମ୍ବଲପୁର