ETV Bharat / state

ସାଧାରଣ ଲୋକଙ୍କୁ ଜିଲ୍ଲାପାଳ ଅଫିସ ମନା, ଧସେଇ ପସିଲେ ବିଧାୟକ - ସମ୍ବଲପୁରରେ କୋରୋନା ଆକ୍ରାନ୍ତ

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜ ଦଳୀୟ ସହଯୋଗୀଙ୍କ ସହ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିଛନ୍ତି ।

MLA JayaNarayan Mishra forcefully entered into Sambalpur Collectorate office
ଲୋକଙ୍କୁ ଜିଲ୍ଲାପାଳ ଅଫିସ ମନା, ଧସେଇ ପସିଲେ ବିଧାୟକ
author img

By

Published : Jul 28, 2020, 3:45 PM IST

ସମ୍ବଲପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଆଜିଠୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି।

ଲୋକଙ୍କୁ ଜିଲ୍ଲାପାଳ ଅଫିସ ମନା, ଧସେଇ ପସିଲେ ବିଧାୟକ

ତେବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜ ଦଳୀୟ ସହଯୋଗୀଙ୍କ ସହ ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିଛନ୍ତି । ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିଲେ । ମାତ୍ର ପୋଲିସ ତାଙ୍କୁ ମୁଖ୍ୟ ଗେଟ୍ ସାମ୍ନାରେ ଅଟକାଇ ଥିଲା।

କୌଣସି ଜନ ପ୍ରତିନିଧିଙ୍କୁ ପୋଲିସ ଏପରି ଭାବେ ଅଟକାଇ ରଖି ପାରିବ ନାହିଁ ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ତେବେ କୋଭିଡ କଟକଣା ଭଙ୍ଗ ଅଭିଯୋଗରେ ତାଙ୍କ ନାମରେ ମାମାଲା ରୁଜୁ ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସମନ କୁମାର ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.