ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ଲଜ୍ୟା । କଲେଜରୁ ଘରକୁ ଫେରୁଥିବାବେଳେ ୧୭ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ । ତେବେ ସେ ଘରକୁ ଫେରୁଥିବା ବାଟରେ ଟେକି ନେଇ ଜଙ୍ଗଲ ଭିତରେ ରାତିସାରା ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ।
ତେବେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୁସୁମୀ ଫାଣ୍ଡି ବଣ୍ଡାବାହାଲ ଗ୍ରାମର ବିଜୟ କିସାନ ଓ ତା'ର ୨ ସହଯୋଗୀ ଦଶରଥ ଲୁହୁରା, ଅମିତ କିସାନକୁ ମହୁଲପାଲି ଥାନାରେ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ ୩ ଜଣ ଅଭିଯୁକ୍ତ ବାଇକରେ ଆସି ଜଙ୍ଗଲ ଭିତରକୁ ନାବାଳିକାକୁ ଟେକି ନେଇ ଏହି ଜଘନ୍ୟ କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଘରେ ଲୋକ ଥାନାରେ ଅଭିଯୋଗ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ