ସମ୍ବଲପୁର: ପିଲାଙ୍କ ଖେଳକୁଦରୁ କଳି ଓ କଳିରୁ ଏକ ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅଗଣାରେ ଖେଳୁଥିବା ବେଳେ ଏକ ନାବାଳକର ବାଡ଼ି ମାଡ଼ରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବୁର୍ଲା ଥାନାରେ ଏତଲା ଦିଆଯାଇଛି।
ତେବେ ଘଟଣାର ସତ୍ୟାସତ୍ୟ କେତେ ରହିଛି, ସେନେଇ ବୁର୍ଲା ପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛି । ଘଟଣା ଘଟିଛି ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ବିଷ୍ଣୁ ମନ୍ଦିର ପଡ଼ା ଅଞ୍ଚଳରେ। ଏନେଇ ନାବାଳିକାର ବାପା ବୁର୍ଲା ଥାନାରେ ଅଭିଯୋଗ କରିଥିବା ବୁର୍ଲା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାଟି ଗୋଟିଏ ଦିନ ପୂର୍ବରୁ ଘଟିଥିବାବେଳେ ଏନେଇ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।
ତେବେ ଆଜି ମୃତ ନାବାଳିକାର ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରକୃତ ଘଟଣା କ'ଣ ତାହା ପୋଲିସର ତଦନ୍ତ ପରେ ଜଣାପଡିବ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ